‘ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି…’ମଣିଶଙ୍କର ଆୟରଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ।

444

କନକ ବ୍ୟୁରୋ: ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ମଣିଶଙ୍କର ଆୟାର ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇ ରାଜନୈତିକ ଭୂମିକମ୍ପ ଆଣିଛନ୍ତି। ମଣିଶଙ୍କର ଆୟର ପାକିସ୍ତାନ ସହ ଆଲୋଚନା ପାଇଁ ସମର୍ଥନ କରି କହିଛନ୍ତି ଯେ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ କାରଣ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ମଣିଶଙ୍କର ଆୟରଙ୍କ ଏହି ବୟାନକୁ ନେଇ ବିଜେପି ଏବେ ଆକ୍ରମଣାତ୍ମକ ହୋଇଛି ଏବଂ କହିଛି ଯେ ମଣିଶଙ୍କର ଆୟାରଙ୍କ ପାକିସ୍ତାନ ପ୍ରତି ଭଲପାଇବା ପୁଣି ଥରେ ଜାଗ୍ରତ ହୋଇଛି । ବିଜେପିର ଶାହଜାଦ ପୁନାୱାଲା କହିଛନ୍ତି ଯେ ପାକିସ୍ତାନ ପ୍ରତି କଂଗ୍ରେସର ଭଲପାଇବା ଶେଷ ହେଉନାହିଁ।

ବାସ୍ତବରେ ମଣିଶଙ୍କର ଆୟାର କହିଛନ୍ତି, ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ, କାରଣ ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି। ଯଦି ଆମେ ସେମାନଙ୍କୁ ସମ୍ମାନ ଦେବୁ ନାହିଁ, ବୁଝାମଣା କରିବୁ ନାହିଁ, ତେବେ ସେମାନେ ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବାକୁ ଚିନ୍ତା କରିବେ ବୋଲି କହିଛନ୍ତି ଆୟର ।