ଚାଷୀ ବେଶରେ ପ୍ରଣବ ପ୍ରକାଶ ଦାସ । ବିଲରେ ହଳ ବୁଲାଇ, ହାତରେ ଅଖିମୁଠି ଧରି ବିହନ ବୁଣିଲେ ପ୍ରଣବ ।

273

କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଅବସରରେ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି ନେତା । ନିର୍ବାଚନ ପାଇଁ ପ୍ରଚାର ଚାଲିଛି । ଏହି ସମୟରେ ନେତାମାନେ ଆଜି ଭଳି ଦିନରେ ସକାଳୁ ସକାଳୁ ବିଲକୁ ଆସି ଅଖି ମୁଠି ଅନୁକୂଳ କରୁଛନ୍ତି । ସମ୍ବଲପୁର ଲୋକସଭା ଆସନର ବିଜେଡି ଓ ବିଜେପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି । ପ୍ରଣବ ରେଙ୍ଗାଲି ନିର୍ବାଚନମଣ୍ଡଳୀର ଢେରୋ ପାଣି ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି । ପାରମ୍ପରିକ ପଦ୍ଧତିରେ ଧୋତି ପିନ୍ଧି ପୂଜା ପରେ ଜମିରେ ଲଙ୍ଗଳ ଧରି ହଳ କରିଛନ୍ତି । ସେହିପରି ହୀରାକୁଦର ସାପ ଲହରା ଗାଁରେ ଅଖିମୁଠି ଅନୁକୂଳ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଧି ଅନୁସାରେ ଉଭୟ ନେତା ପୂଜା କରି ବିଲରେ ବିହନ ବୁଣିଛନ୍ତି ।