ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ପ୍ରେସମିଟ୍: କହିଲା, ୨୦୩୪ ସୁଦ୍ଧା ଓଡିଶା ହେବ ଏକ ନମ୍ବର ରାଜ୍ୟ

131

କନକ ବ୍ୟୁରୋ: ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ପ୍ରେସମିଟ୍ । ପ୍ରେସମିଟରେ ବିଜେଡି କହିଲା, ଘୋଷଣାପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ । ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା । ୨୦୩୪ ସୁଦ୍ଧା ଓଡିଶା ହେବ ଏକ ନମ୍ବର ରାଜ୍ୟ । ଏହା ଏକ ଐତିହାସିକ ଓ ଯୁଗାନ୍ତକାରୀ ଘୋଷଣାପତ୍ର । ଅନ୍ୟ ରାଜ୍ୟ ତୁଳନାରେ ବିଜେଡି ଇସ୍ତାହାର ସବୁଠୁ ଭଲ । ଯୁବ ଶକ୍ତି ପାଇଁ ବିଶେଷ ବଜେଟ ଆସିବ । ୧୦ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୁବ ବଜେଟ କୌଣସି ରାଜ୍ୟରେ ନାହିଁ । ସେହିପରି ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ । ୨ ଲକ୍ଷ ନୂଆର୍ ନିଯୁକ୍ତି ବ୍ୟବସ୍ଥା କରିବୁ । ଅର୍ିଥନୈତିକ ବିକାୀଶ ପାଇଁ ଇକୋସିଷ୍ଟମ ଶକ୍ତିଶାଳୀ କରାଯିବ । ରାଜ୍ୟକୁ ଦେଶର ବିକଶିତ ରାଜ୍ୟରେ ପରିଣତ କରାଯିବ । ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ମଧ୍ୟବିତ୍ତଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଯାଏଁ ଗୃହଋଣ ବ୍ୟବସ୍ଥା କରାଯିବ ।