ଶେଷ ମ୍ୟାଚ ଖେଳିବା ପରେ କାନ୍ଦି କାନ୍ଦି ବିଦାୟ ନେଲେ ଫେଡେରର୍ । ଲୁହରେ ଭିଜିଲା ନାଦାଲ, ଜୋକୋଭିକଙ୍କ ଆଖି ।

349

କନକ ବ୍ୟୁରୋ: ଟେନିସରୁ ଅବସର ନେଲେ କିମ୍ବଦନ୍ତି ଖେଳାଳି ରୋଜର ଫେଡେରର । ଅବସର ନେବା ପୂର୍ବରୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ରାଫେଲ ନାଡ଼ାଲାଙ୍କ ସହ ମିଶି ଡବଲ୍ସ ମ୍ୟାଚ୍ ଖେଳିବାକୁ ଚାହୁଁଥିଲେ ଫେଡ଼େରର । ଜୀବନର ଏହି ଶେଷ ମ୍ୟାଚ ଖେଳିବା ପରେ କାନ୍ଦି ପକାଇଥିଲେ ଫେଡେରର୍ । ତାଙ୍କ ସହ ଭାବବିହ୍ୱଳ ହୋଇପଡିଥିଲେ ସେଠାରେ ଉପସ୍ଥିତ ଅନ୍ୟ ସବୁ ଟେନିସ୍ ଖୋଳାଳି ।

ସେଥିପାଇଁ ସେ ରାଫେଲ ନାଡ଼ାଲଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ । ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବିଦାୟକାଳୀନ ମ୍ୟାଚରେ ଦୁଇ ଶ୍ରେଷ୍ଠ ଖେଳାଳୀ ଏକାଠି ହୋଇ ଖେଳିଛନ୍ତି । ଏବଂ ଉଭୟ ଏହି ମ୍ୟାଚଟି ହାରିଯାଇଛନ୍ତି । ହାରିଗଲା ପରେ ନିଜର କୋହକୁ ଅଟକାଇପାରିନଥିଲେ ରୋଜର ଫେଡ଼େରର ଓ ରାଫେଲ ନାଡ଼ାଲ । ଉଭୟ ପଡ଼ିଆରେ ଭାବବିହ୍ୱଳ ହୋଇପଡ଼ି କାନ୍ଦିପକାଇଥିଲେ ।

ରୋଜର ଫେଡରର ତାଙ୍କ ଟେନିସ ଜୀବନରେ ୨୦ଟି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ବିଦାୟକାଳୀନ ମ୍ୟାଚ ପରେ ସେ କହିଥିଲେ ତାଙ୍କ ଜୀବନରେ ମହତ୍ୱ ରଖୁଥିବା ଏହି ଖେଳରୁ ସେ ଅବସର ନେଉଛନ୍ତି । ଆଗମୀ ଦିନରେ ପରିବାର ସହ ଅଧିକ ସମୟ ବିତାଇବେ ବୋଲି କହିଛନ୍ତି ରୋଜର ।