ରାମଗୋପାଳଙ୍କ ବୟାନର ଜବାବ ରଖିଲେ ଅମିତ୍ ଶାହା । ଭୋଟରଙ୍କୁ କହିଲେ, ଟିକେ ଭୁଲ କଲେ ରାମମନ୍ଦିରରେ ଲାଗିଯିବ ବ୍ରାବ୍ରୀ ତାଲା

1,594

କନକ ବ୍ୟୁରୋ : ନିର୍ବାଚନ ବେଳେ ନେତାଙ୍କ ବୟାନବାଜୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କିଏ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛି ତ କିଏ ଜାତି ଧର୍ମ ନାମରେ ଭୋଟରଙ୍କୁ ଭୟଭିତ କରାଉଛି । ଏହି କ୍ରମରେ ଆଜି କେନ୍ଦ୍୍ର ଗୃହମନ୍ତ୍ରୀ ଅମିତ୍ ଶାହା ଉତର ପ୍ରଦେଶ ଲକ୍ଷ୍ମୀପୁରରେଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ କହିଛନ୍ତି କି, ଯଦି ତୁମେମାନେ ଭୁଲ ଯାଗାରେ ଭୋଟ ଦେଇଦେବ ତେବେ ରାମମନ୍ଦିରରେ ବାବ୍ରୀ ନାମରେ ତାଲା ଲାଗିଯିବ । ଏହାସହ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବଙ୍କ ବୟାନକୁ ନେଇ ଶାହା କହିଛନ୍ତି କି, ସମାଜବାଦୀ ପାର୍ଟି ରାମମନ୍ଦିରକୁ ବେକାର କଥା କହୁଥିଲା । ଏହାସହ ଶାହା କହିଛନ୍ତି, ଯେତେବେଳେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସରକାର ଥିଲା ସେତେବେଳେ ରାଜ୍ୟରେ ଆତଙ୍କରାଜ ଚଳାଇଥିଲା । ଅନ୍ୟମାନଙ୍କର ଜମି ଦଖଲ କରାଯାଉଥିଲା, ହୋଲି କି ଦିପାବଳୀରେ ବିଜୁଳି କଟା ହେଉଥିଲା ଓ ରମଜାନରେ ୨୪ ଘଣ୍ଟା ବିଜୁଳି ଯୋଗାଣ ହେଉଥିଲା ।

କେବଳ ସେତିକି ନୁହେଁ ଶାହା କହିଛନ୍ତି କି, ଉତ୍ତର ପ୍ରଦେଶରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମିଛ ପ୍ରଚାର କରି ମୋଦୀଙ୍କୁ ବଦନାମ କରୁଛନ୍ତି । ଏହାସହ ସେ ସଂରକ୍ଷଣ ନେଇ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, କର୍ଣ୍ଣାଟକରେ କଂଗ୍ରେସକୁ ବହୁମତ ମିଳିବା ପରେ ସେଠାରେ ପଛୁଆବର୍ଗଙ୍କ ସଂରକ୍ଷଣ କାଟି ମୁସଲମାନଙ୍କ ସଂରକ୍ଷଣ ୫ ପ୍ରତିଶତ ବଢାଇ ଦେଇଛନ୍ତି । ଅମିତ ଶାହା କହିଛନ୍ତି କି. ବିଜେପି ତୃତୀୟ ଥର ସରକାରକୁ ଆସିଲେ ସମ୍ବିଧାନ ବିରୋଧୀ ମୁସଲିମ ସଂରକ୍ଷଣକୁ ସମାପ୍ତ କରିଦେବ ।

ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ମତଦାନ ସୁଦ୍ଧା ବିଜେପି ୧୯୦ ରୁ ଅଧିକ ଆସନ ପାଇସାରିଛି । ଏହି ନିର୍ବାଚନ କେବଳ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ କରାଯାଉଛି ବୋଲି ସେ କହିଛନ୍ତି ।