ନାମାଙ୍କନ ପାଇଁ ସାଇକେଲରେ ଗଲେ କଂଗ୍ରେସର ନିମାପଡ଼ା ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ । ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା ।

940

କନକ ବ୍ୟୁରୋ: ପ୍ରଚାର ବେଳେ ନେତାଙ୍କ ପରିବେଶ ଚିନ୍ତା । ନିମାପଡାର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ବ୍ୟାଟେରୀ ଚାଳିତ ସାଇକେଲ ଚଢି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି । ହରିପୁରଠାରୁ ସିଦ୍ଧାର୍ଥ ରାଉତରାୟ ପୁରୀ ଅଭିମୁଖେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି । ଏହି ସମୟରେ ଅନେକ ସଂଗଠନ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ବିଭିନ୍ନ ନେତା ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ବଡ ବଡ ଗାଡି, ଯାନ ବାହାନ ନେଉଛନ୍ତି । ସିଦ୍ଧାର୍ଥ କିନ୍ତୁ ପରିବେଶ ପ୍ରଦୂଷଣକୁ ଅଗ୍ରାଧିକାର ଦେଇଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ଜଟଣୀର ବିଧାୟକ ସୁର ରାଉତରାୟଙ୍କ ବଡ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ହୋଇଛନ୍ତି ।