ଅସରାଏ ବର୍ଷାରେ ଉବୁଟୁବୁ ଜାତୀୟ ରାଜପଥ । କୋରାପୁଟରୁ ସେମିଳିଗୁଡା ରାସ୍ତାରେ ଆଣ୍ଠୁଏ ପାଣି ।

74

କନକ ବ୍ୟୁରୋ: ଅସରାଏ ବର୍ଷାରେ ଉବୁଟୁବୁ ଜାତୀୟ ରାଜପଥ । ଅଦିନିଆ ବର୍ଷାରେ କୋରାପୁଟରୁ ସେମିଳିଗୁଡାକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥର ମୋହନପଡ଼ା ନିକଟରେ ଥିବା ଆଣ୍ଠୁଏ ପାଣି ଜମି ରହିଥିଲା । ଫଳରେ ଉଭୟ ପଟୁ ଶହଶହ ଗାଡି ଅଟକି ରହିଥିଲା । ଏପରିକି ବ୍ରିଜରେ ପାଣି ଜମିବାରୁ ଦୁଇଚକିଆ ଗାଡ଼ି ଯାଆସ କରିପାରିନଥିଲା । ଏହି ଜାତୀୟ ରାଜପଥ ଦେଇ ଅନେକ ଲୋକ ବିଶାଖାପାଟଣା. ଭୁବନେଶ୍ୱର, ଏବଂ କଟକ ଉପରେ ନିର୍ଭର କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସୁଥିଲେ ବି ତାହା କେବଳ କାଗଜପତ୍ରରେ ସୀମିତ । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ଥାୟୀ ପ୍ରତିକାର କରିବା ପାଇଁ ସାଧାରଣରେ ଦାବି ହୋଇଛି ।