ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗଲା ଆଉ ଏକ ହାତୀ ଜୀବନ: ଜଙ୍ଗଲ ନିକଟ ଗାଁ ନିକଟରୁ ହାତୀ ମୃତଦେହ ଉଦ୍ଧାର

81

କନକ ବ୍ୟୁରୋ: ପୁଣି ଆଉ ଏକ ହାତୀ ମୃତ୍ୟୁ । ୨୪ ଘଂଟା ମଧ୍ୟରେ ଆଉ ଗୋଟିଏ ହାତୀର ଜୀବନ ଯାଇଛି । ହାତୀ ମଧ୍ୟରେ ଲଢେଇ ଯୋଗୁ ଏହି ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ଭଂଜନଗର ଉତର ଘୁମୁସର ବନଖଣ୍ଡ ମୁଜାଗଡ ରେଂଜର ତିଲକି ଗାଁ ନିକଟରେ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ମଙ୍ଗଳବାର ରାତିରେ ୧୮ଟିକିଆ ହାତୀପଲ ବୁଲୁଥିବାର ଗାଁର ଲୋକେ ଦେଖିଥିଲେ । ତେବେ ଏହି ହାତୀଙ୍କ ମଧ୍ୟରେ ଲଢେଇ ହୋଇ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି । ମୁଜାଗଡ ବନାଂଚଳରେ ୨୪ ଘଂଟା ମଧ୍ୟରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ମିଶାଇ ୪ଟି ହାତୀର ମୃତ୍ୟୁ ହୋଇଛି । ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଭିନ ଭିନ୍ନ କାରଣ ନେଇ ମରୁଛନ୍ତି ହାତୀ । କେତେବେଳେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କରାଯାଉଛି ତ ଆଉ କେତେବେଳେ ବିଦ୍ୟୁତ ଆଘାତରୁ ହାତୀ ମୃତ୍ୟୁ ହେଉଛି । ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଏବେ ୨ ମାସରେ ୧୨ଟି ହାତୀର ଜୀବନ ଯାଇଛି ।