ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ହଜାର ହଜାର ବର୍ଷ ତଳର ପୁରୁଣା କୀର୍ତ୍ତିରାଜୀ: ରକ୍ଷଣାବେକ୍ଷଣ ଅଭାବରୁ ବିଲୁପ୍ତ ପଥରେ ୫ମ ଶତାଦ୍ଧୀର ଜୈନ କଳାକୃତି

69

କନକ ବ୍ୟୁରୋ: ଖୋଲା ଆକାଶ ତଳେ, ଗଛମୂଳେ କାହିଁ କେଉଁ ବର୍ଷରୁ ପରିତ୍ୟକ୍ତ ଅବସ୍ତାରେ ପଡିରହିଛି ହଜାର ହଜାର ବର୍ଷ ତଳର ପୁରୁଣା କୀର୍ତିରାଜୀ । ରକ୍ଷଣବେକ୍ଷଣ ଅଭାବରୁ ଅନେକ ଉଭାନ୍ ହବା ସହ ଆଉ କିଛି ବିଲୁପ୍ତ ଅବସ୍ତାରେ ରହିଛି । କୁହାଯାଉଛି ଇଏ ହେଉଛି ପଚଂମ ଶତାଦ୍ଧୀର ଜୈନ କୀର୍ତିରାଜୀ । ରାୟଗଡା ଜିଲ୍ଲା କୋଲନରା ବ୍ଳକ ମୁକୁନ୍ଦପୁର ପଚାଂୟତ ଅନ୍ତର୍ଗତ ହାତୀଖମ୍ବା ଜଙ୍ଗଲରେ ରହିଛି ଜୈନ ସଂସ୍କୃତିର ବହୁ ପୁରାତନ କୀର୍ତିରାଜି । ୨୦୧୭ ମସିହାରେ ତକ୍ତାଳୀନ ଜିଲ୍ଲାପାଳ ଗୁହା ପୂନମ ତାପସ କୁମାର କୀର୍ତିରାଜୀ ପଡିଥିବା ଅଚଂଳ ହାତୀଖମ୍ବା ଜଙ୍ଗଲ ପରିଦର୍ଶନ କରି କୀର୍ତିରାଜି ଗୁଡିକର ଅନୁଧ୍ୟାନ କରିବା ପରେ ପ୍ରତ୍ନତତ୍ୱ ବିଭାଗ ବାହାରେ ପଡିଥିବା ମୂର୍ତି ଗୁଡିକୁ ଉଦ୍ଧାର କରିଥିଲେ । ମାଟି ତଳେ ପୋତିହୋଇ ରହିଥିବା ଦୁର୍ଲଭ ମୁଲ୍ୟବାନ ପଥର ଖୋଦିତ ମୂର୍ତିକୁ ଉଦ୍ଧାର ପାଇଁ ପ୍ରତ୍ନତତ୍ୱ ବିଭାଗ ଏଯାବତ୍ କୌଣସି ପଦକ୍ଷେପ ନେଇନଥିବାରୁ ବହୁ ଦୁର୍ଲଭ ମୂର୍ତି ଚୋରି ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି । କୁହାଯାଏ ସେତେବେଳେ ରାଜା ମୁକୁନ୍ଦ ଦେବ ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ବଡ ବଡ ହାତୀ ସାହାଯ୍ୟରେ ଜୈନ କୀର୍ତିରାଜିକୁ ଆଣିଥିଲେ । ରାଜାଙ୍କ ନାମ ଅନୁସାରେ ମୁକୁନ୍ଦପୁର ପଚାଂୟତ ଓ ହାତୀରେ ଆଣିଥିବାରୁ ସେହି ସ୍ଥାନର ନାମ ହାତୀଖମ୍ବ ନାମରେ ପରିଚିତ ହୋଇଛି ।