କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକ ମାଗିଲା ଟଙ୍କା । ଅସୁସ୍ଥ ଆଳରେ ମେସେଜ ପଠାଇ ମାଗିଲା ୯୮ ହଜାର ଟଙ୍କା । ଦୁଇ ଆକାଉଣ୍ଟକୁ ବ୍ଲକ୍ କଲା କ୍ରାଇମବ୍ରାଞ୍ଚ

159

କନକ ବ୍ୟୁରୋ: ଓକାକ୍ ସାଇବର ଠକେଇ ମାମଲାରେ ଧରାପଡିନଥିବା ୩ୟ ବ୍ୟକ୍ତିର ପୁଣି ଏକ କାରନାମା ସାମ୍ନାକୁ ଆସିଛି । ଏହି ଅଭିଯୁକ୍ତ ଜଣକ କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଟଙ୍କା ଠକେଇ କରି ଲୁଟିବାକୁ ଉଦ୍ୟମ କରିଛି । ମିଳିଥିବା ସୂଚନା ମୁତାବକ ନାଇଜେରିଆର ଏହି ମାଷ୍ଟରମାଇଣ୍ଡ ଏବେ ବି ବାଙ୍ଗାଲୋରରେ ବୁଲୁଥିବାବେଳେ ଅସୁସ୍ଥ ଆଳରେ ମେସେଜ ପଠାଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ୯୮ ହଜାର ଟଙ୍କା ମାଗିଥିଲା ।

ଏହା ଜାଣିବା ପରେ କ୍ରାଇମବ୍ରାଞ୍ଚ ଠକର ଦୁଇଟି ଆକାଉଣ୍ଟକୁ ବ୍ଲକ୍ କରିଛି । ଏହି ଆକାଉଣ୍ଟ ଦୁଇଟି ଭିତରୁ ଗୋଟିଏ ଗୁଜୁରାଟ ଓ ଅନ୍ୟଟି ତ୍ରିପୁରାର ଆକାଉଣ୍ଟ ନମ୍ବର ବୋଲି ଜଣାପଡିଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଏବେ ସମ୍ପୃକ୍ତ ମେଲ୍ ଆଇଡି, ଏଟିଏମ୍ ଟଙ୍କା ଉଠାଇବା ବେଳର ସିସିଟିଭିକୁ ଯାଞ୍ଚ କରିବା ଆରମ୍ଭ କରିଛି । ତେବେ ଗତ ଡିସେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ମେସେଜ ପଠାଇଥିଲା ଠକ । ଏହାପୂୂୂର୍ବରୁ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଏବେ ବି ୩ୟ ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ । ଏହି ଅଭିଯୁକ୍ତ ଜଣକ ଏବେ କ୍ରାଇମବ୍ରାଞ୍ଚଏଡିଜିଙ୍କୁ ଠକେଇ କରିବାକୁ ଉଦ୍ୟମ କରିଛି ।