ବାହାଘର ପରେ ବୋହୂ ଫେରାର । ସ୍ୱାମୀକୁ ମାଡ ମାରି ଟଙ୍କା ଓ ସୁନା ଗହଣା ନେଇ ପଳାଇଥିବା ଅଭିଯୋଗ ।

482

କନକ ବ୍ୟୁରୋ: ଜଣେ ନବ ବିବାହିତା ତାଙ୍କ ଚଉଠି ରାତିରେ ପ୍ରେମିକ ସହିତ ଅଶ୍ଲୀଳ ଭିଡିଓ କଲ କରି ସ୍ୱାମୀ ସାମ୍ନାରେ ଧରାପଡିଛନ୍ତି । ଏ କଥା ଯିଏ କେହି ଶୁଣିଲେ ତାଜୁବ ହେବ କିନ୍ତୁ ଏହି ଘଟଣା ଘଟିଛି ରାଜଧାନୀରେ । ସେପଟେ ମନ୍ଦିର ବୁଲିବାକୁ ଯାଇ ଏହି ନୂଆ ବୋହୂ ଜଣଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସେପଟେ ଭରତପୁର ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ବଳରାମ ସାହୁ । ଫେରାର ହେବା ବେଳେ ୪ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ନୂଆ ବୋହୂ ନେଇଯାଇଥିବା ଜଣାପଡିଛି ।

  • ଚଉଠି ରାତିରେ ୧୪ କଲ!
  • ବେଡରୁମରୁ ବୟଫ୍ରେଣ୍ଡକୁ ଭିଡିଓ କଲ!

ଏହା ଶୁଣିବାକୁ ଟିକେ ତାଜୁବ ଲାଗୁଥିଲେ ବି ଘଟଣାଟି କିନ୍ତୁ ସତ । ଜଣେ ନବ ବିବାହିତା ତାଙ୍କ ଚଉଠି ରାତିରେ ପ୍ରେମିକ ସହିତ ଅଶ୍ଲୀଳ ଭିଡିଓ କଲ କରି ସ୍ୱାମୀ ସାମ୍ନାରେ ଧରାପଡିଛନ୍ତି । କେତେବେଳେ ବେଡରୁମରେ ତ ପୁଣି କେତେବଳେ ବାଥରୁମକୁ ଯାଇ ବୟଫ୍ରେଣ୍ଡ ସହ କରୁଥିଲେ ରୋମାନ୍ସ ।

  • ମାନସିକ ନାଁରେ ମନ୍ଦିର ନେଲେ
  • ମାଡ ମାରିଲେ, ଟଙ୍କା ଲୁଟିଲେ

ଖାଲି ଏତିକିରେ ନବବଧୂଙ୍କ କାରନାମା ସରିନଥିଲା । ପରିବାରର ଅଭିଯୋଗ, ନବବଧୂ ଜଣକ ଚତୁର୍ଥୀ ପରଦିନ ଟଙ୍କା ସୁନା ନେଇ ଫେରାର ହେବାକୁ ପ୍ରସ୍ତୁତ କରିିଥିଲା ମାଷ୍ଟରପ୍ଲାନ । ସ୍ୱାମୀର ମଙ୍ଗଳ ମନାସିବାର ଆଳ ଦେଖାଇ ମାନସିକ ରଖିଥିବା କହି ସ୍ୱାମୀଙ୍କୁ ବୁଲାଇନେଇଥିଲେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଆଉ ଆରମ୍ଭ କରିଥିଲେ ଅପରେସନ-୪୨୦ । ପୂର୍ବ ପ୍ରସ୍ତୁତି ଅନୁସାରେ ସ୍ୱାମୀ ବଳରାମଙ୍କୁ ମନ୍ଦିର ପାଖରେ ମାଡ ମାରି ଫେରାର ହେବାକୁ ଉଦ୍ୟମ କରିଥିଲେ ।

ବଳରାମଙ୍କ ଅଭିଯୋଗ, କିଛି ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ପୁଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲା । ନବବଧୂ ଓ ତାଙ୍କ ପରିବାରକୁ ପଚରାଉଚରା ପରେ ଛାଡି ଦେଇଥିଲା । ହେଲେ ସେ ସାଙ୍ଗରେ ନେଇଯାଇଥିବା ୪ ଭରି ସୁନା ଓ ଦେଢ ଲକ୍ଷ ଟଙ୍କା ଚୋରି ନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର । ତେବେ ପରିବାର ଲୋକଙ୍କ ଦାବି, ଏହି ବିବାହରେ ସଂପୃକ୍ତ ଥିବା ମଧ୍ୟସ୍ଥି, ନବବଧୂ ଓ ତାଙ୍କ ପୂରା ପରିବାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ଏକ ବାହାଘର ନଥିଲା ବରଂ ନିରୀହ ଲୋକଙ୍କୁ ଲୁଟ ପାଇଁ ଏକ ଜାଲ ବିଛା ଯାଇଥିଲା ବୋଲି ଅଭିଯୋଗ ହୋଇଛି ।