ବିବାଦ ପରେ ବିବାହ ପାଇଁ ମନ ବଳାଇଲେ ବିଧାୟକ । ସବ ରେଜିଷ୍ଟର ଅଫିସରେ ବିବାହ ପାଇଁ କଲେ ଆବେଦନ ।

777

କନକ ବ୍ୟୁରୋ: ବିବାଦ ପରେ ବିବାହ ପାଇଁ ମନ ବଳାଇଲେ ବିଧାୟକ । ସ୍ୱର୍ଗତ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିଧାୟକ ପୁଅ ବିଜୟ ଶଙ୍କର ଦାସ ଆଜି ବିବାହ ନିମନ୍ତେ ଜଗତସିଂହପୁର ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏହାକୁ ନେଇ ବିଜୟଙ୍କ ପ୍ରେମିକା ସୋମାଲିକା ଖୁସି ପ୍ରକଟ କରିଛନ୍ତି । କିନ୍ତୁ ବିଧାୟକ ଏହି ପ୍ରସଙ୍ଗକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଉଭୟ ପକ୍ଷଙ୍କ ଓକିଲ ବିବାହ ପାଇଁ ଆବେଦନ କରିବା ବେଳେ ସବ ରେଜିଷ୍ଟର ଅଫିସରେ ଉପସ୍ଥିତ ଥିଲେ । ତିର୍ତ୍ତୋଲ ବିଧାୟକ ଦୀର୍ଘଦିନ ଧରି ସୋମାଲିକା ଦାଶଙ୍କୁ ପ୍ରେମ କରୁଥିଲେ । ନିକଟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାପରେ ସୋମାଲିକା ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ପରେ ସୋମାଲିକା ଜଗତସିଂହପୁର ଏସପି ଅଫିସରେ ଏତଲା ଦେଇଥିଲେ । ଏବେ ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା ଜଣାପଡିଛି ।