କେନ୍ଦ୍ରାପଡା ମହାକାଳପଡା ବାହାକୁଦ ଘାଟରେ ଅଘଟଣ । ମୋଟର ଖରାପ ହେବାରୁ ମହାନଦୀରେ ଭାସିଗଲା ଡଙ୍ଗା

155

କନକ ବ୍ୟୁରୋ: ମହାନଦୀରେ ଭାସିଗଲା ଡଙ୍ଗା । ବନ୍ୟା ଯୋଗୁଁ ମହାନଦୀରେ ପାଣି ଉଛୁଳୁଛି । ଆଉ ଏହି ସମୟରେ ଭରାନଈରେ ଭାସିଯାଇଛି ଡଙ୍ଗା । କେନ୍ଦ୍ରାପଡା ମହାକାଳପଡା ବାହାକୁଦ ଘାଟରେ ଏହି ଅଘଟଣ ଘଟିଛି । ନଦୀ ଭିତରେ ଅଣାୟତ୍ତ ହୋଇ ଭାସିଯାଇଛି ଡଙ୍ଗା । ଡଙ୍ଗାରେ ଥିବା ୩୦ ଜଣ ଯାତ୍ରୀଙ୍କୁ ଠାବ କରାଯାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଧିରେ ଧିରେ ସେମାନଙ୍କୁ କୂଳକୁ ଅଣାଯାଉଛି । ଯାତ୍ରୀବାହୀ ଡଙ୍ଗାର ମୋଟର ଖରାପ ହେବାରୁ ସମୁଦ୍ର ଆଡକୁ ଡଙ୍ଗା ଭାସିଯାଇଥିଲା । ପାରାଦ୍ୱୀପର ମୁସାଡିହା ଘାଟରୁ ଡଙ୍ଗା କେନ୍ଦ୍ରାପଡାର ବାହାକୁଦ ଘାଟକୁ ଯାଉଥିଲା ।