ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ।

62

କନକ ବ୍ୟୁରୋ: ବର୍ଷାର ପରିମାଣ କମୁଥବାରୁ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗିଛି । ଛତିଶଗଡ଼ କିମ୍ବା ଅନ୍ୟ କୌଣସି ପ୍ରମୁଖ ନଦୀର ଉପର ମୁଣ୍ଡରେ ବର୍ଷା ହେଉ ନାହିଁ । ତେଣୁ ଜଳସ୍ତର କମୁଛି । ଆଗାମୀ ଦୁଇ ଦନ ଭିତରେ ବନ୍ୟା ସ୍ଥିତିର ଆହୁରି ସୁଧାର ଆସିବ । ତୀବ୍ର ଅବପାତ ଯୋଗୁଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ବୁଢ଼ାବଳଙ୍ଗ ଓ ବୈତରଣୀରେ ଜଳସ୍ତର ବଢ଼ୁଛି । କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର