ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଆସିଲା ଚମକାଇଦେଲା ଭଳି ତଥ୍ୟ । ୧୧ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ।

944

କନକ ବ୍ୟୁରୋ: ସାଧାରଣତଃ ଆମ ସମସ୍ତଙ୍କ ମନରେ ଧାରଣା ଯେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସାଥି ଅଧିକ । କିନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଯେଉଁ ତଥ୍ୟ ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଥିରେ କୁହାଯାଇଛି, ୧୧ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ରହିଛନ୍ତି ।

  • ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଯୌନ ସାଥୀ ଅଧିକ
  • ରାଜସ୍ଥାନରେ ମହିଳାଙ୍କ ହାରାହାରି ଅଧିକ ପାର୍ଟନର

୨୦୧୯ରୁ ୨୦୨୧ ମଧ୍ୟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ କରାଯାଇଥିଲା । ଆଉ ସର୍ଭେରେ କୁହାଯାଇଛି, ୧୧ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ପାର୍ଟନର ଅଧିକ । ଏହି ରାଜ୍ୟଗୁଡିକ ମଧ୍ୟରେ ପ୍ରମୁଖ ରାଜ୍ୟ ହେଉଛି ରାଜସ୍ଥାନ, ହରିୟାଣା, କେରଳ, ମଧ୍ୟପ୍ରଦେଶ, ଆସାମ ଓ ତାମିଲନାଡୁ । ଏ କ୍ଷେତ୍ରରେ ରାଜସ୍ଥାନ ସବୁଠାରୁ ଆଗରେ ରହିଛି ।

ରାଜସ୍ଥାନରେ ଏ କ୍ଷେତ୍ରରେ ଶୀର୍ଷରେ ରହିଛି । ଏଠାରେ ମହିଳାଙ୍କ ହାରାହାରି ୩.୧ ପ୍ରତିଶତ ସେକ୍ସ ପାର୍ଟନର ଅଛନ୍ତି । ଏଠାରେ ପୁରୁଷଙ୍କ ସେକ୍ସ ପାର୍ଟନର ହାରାହାରି ୧.୮ ରହିଛି । ମଧ୍ୟପ୍ରଦେଶରେ ଏହି ହାର ୨.୫, ତାମିଲନାଡୁରେ ୨.୪, ଆସାମରେ ୨.୧, ହରିୟାଣାରେ ୧.୮ ଓ କେରଳରେ ୧.୪ ରହିଛି । ଓଡିଶାରେ ମହିଳାଙ୍କ ସେକ୍ସ ପାର୍ଟନର ୧.୨ ରହିଥିବାବେଳେ ପୁରୁଷଙ୍କ ସେକ୍ସ ପାର୍ଟନର ରହିଛନ୍ତି ହାରାହାରି ୨.୬ ପ୍ରତିଶତ ।

  • କାହିଁକି ବଢୁଛି ମହିଳାଙ୍କ ସେକ୍ସ ପାର୍ଟନର ସଂଖ୍ୟା?
  • ଆଇନର ଫାଙ୍କ ଏଥିପାଇଁ ଦାୟୀ କି?

ସର୍ଭେ ଅନୁସାରେ, ସର୍ବଭାରତୀୟ ସ୍ତରରେ ଏକାଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ପୁରୁଷମାନେ ଆଗରେ ଅଛନ୍ତି । ଶାରୀରିକ ସମ୍ପର୍କ ରଖିଥିବା ସଂଖ୍ୟା ୪ ପ୍ରତିଶତ ବୋଲି କୁହାଯାଇଛି । ଏହି ପୁରୁଷମାନେ ଏଭଳି ସେକ୍ସ ପାର୍ଟନରଙ୍କ ସହିତ ସମ୍ପର୍କରେ ଅଛନ୍ତି ଯେଉଁମାନେ ସେମାନଙ୍କ ପତ୍ନୀ ନୁହନ୍ତି କିମ୍ବା ଲିଭ ଇନରେ ନାହାନ୍ତି । ଆଇନଜୀବୀଙ୍କ କହିବା ଅନୁସାରେ, ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିବା ପରେ ଏଭଳି ସଂଖ୍ୟା ବଢୁଛି ।