ଅଡୁଆରେ ବିଜେପି ନେତ୍ରୀ । ସହାୟିକାଙ୍କୁ ଦେଉଥିଲେ ନିର୍ଯ୍ୟାତନା, ଦଳରୁ ନିଲମ୍ବନ ପରେ ହେଲେ ଗିରଫ

214

କନକ ବ୍ୟୁରୋ : ଇଏ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦୀପକ ପ୍ର୍ରକାଶଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ର । ବର୍ତମାନ ୟାଙ୍କୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ ପ୍ରଦେଶ ବିଜେପି । କିଛି ଭଲ କାମ ପାଇଁ ନୁହେଁ ବରଂ ଶଦ୍ଧରେ ପ୍ରକାଶ କରି ହେଉନଥିବା ଅମାନୀବୀୟ କାଣ୍ଡ ପାଇଁ ଚର୍ଚ୍ଚାର ସୀମା ପାତ୍ର । ବିଜେପିର ଏହି ନିଲମ୍ବିତ ନେତ୍ରୀଙ୍କ ଅମାନୁଷିକ କାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦୀର୍ଘ ୮ବର୍ଷ ଧରି ଆଦିବାସୀ ଦିବ୍ୟାଙ୍ଗ ସହାୟିକାଙ୍କୁ ବନ୍ଧକ ରଖି ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା । ଏହି କାରନାମାର ପର୍ଦ୍ଦାଫାଶ ହୋଇଛି ।

କେବଳ ସେତିକି ନୁହେଁ ସହାୟିକାଙ୍କୁ ମାନସିକ ନିର୍ଯ୍ୟାତନା ସହ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି ବିଜେପି ନେତ୍ରୀ । ପରିସ୍ରା ପିଆଇବା ସହ ଜିଭରେ ଶୌଚଳାୟ ଚଟାଣ ସଫା କରାଇଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଦେହରେ ଗରମ ଚେଙ୍କ ଦେଉଥିବା ଅଭିଯୋଗ ରହିଛି । ନିର୍ଯ୍ୟାତନା ଏତେ ମାତ୍ରାରେ ଦେଉଥିଲେ କି ୮ବର୍ଷ ହେବ ଗୋଟିଏ ରୁମର ଏକ କଣରେ ପଡି ରହିଥିଲେ ସହାୟିକା ସୁନୀତା । ପୁଲିସ ବର୍ତମାନ ଦିବ୍ୟାଙ୍ଗ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛି ।

ବିଜେପି ନେତ୍ରୀଙ୍କ ଏହି କାରନାମା ଜଣାପଡିବା ପରେ ତୁରନ୍ତ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସେପଟେ ଝାଡ଼ଖଣ୍ଡ ପୁଲିସ ଗିରଫ କରି ଜେରା କରୁଛି । ସୀମାଙ୍କ ନାଁରେ ଆଇପିସିସ ଧାରା ୧୬୪ ଆଧାରରେ ମାମଲା ଦର୍ଜ କରାଯାଇଛି । ସେପଟେ ହସ୍ପିଟାଲ ବେଡରେ ପଡି ରହିଥିବା ଦିବ୍ୟାଙ୍ଗ ଯୁବତୀ ସୁନୀତା ଦୀର୍ଘ ୮ବର୍ଷ ଧରି ତାଙ୍କ ସହ ହୋଇଥିବା ନିର୍ଯ୍ୟାତନାର କାହାଣୀ ବଖାଣିଛି  ।