ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ ” ଜୀ ସାର୍ଥକ ସଂସାର ଆୱାର୍ଡ”, ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ

112

କନକ ବ୍ୟୁରୋ : ଜ଼ୀ ସାର୍ଥକ ରେ ଦେଖନ୍ତୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୩ । ଯେଉଁଥିରେ ଆପଣ ମାନେ ଦେଖିବେ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିବା କଳାକାର ଓ ଟିମକୁ ମିଳିବ ଆୱାର୍ଡ, ଯେପରିକି ବେଷ୍ଟ ଫିଲ୍ମ, ବେଷ୍ଟ ସେରିଏଲ, ବେଷ୍ଟ ହୀରୋ, ବେଷ୍ଟ ହିରୋଇନ ଓ ଏହିପରି ଅନେକ କାଟାଗୋରୀରେ ମିଳିବ ଆୱାର୍ଡ ।

ତେବେ କେବଳ ଆୱାର୍ଡ ଦିଆଯିବ ନାହିଁ ଏହି କାର୍ଯ୍ୟକ୍ରମରେ ବରଂ ଓଡ଼ିଶାର ମନୋରଞ୍ଜନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ କଳାକାରଙ୍କ ଦେଖିବେ ପ୍ରଦର୍ଶନ ଖାସ କରି ଓଲିଉଡର ନାମୀ ଦାମୀ କଳାକାର ଏହି ସୋ’ ରେ ଭାଗ ନେବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର, ବାବୁଶାନ ମହାନ୍ତି, ସବ୍ୟସାଚୀ ମିଶ୍ର, ଅର୍ଚିତା, ଏଲିନା, ଶୈଳେନ୍ଦ୍ର, ସ୍ଵରାଜ, ଜ୍ୟୋତି, ଦୀପକ, ରିୟା ଶୀତଲ୍ ଓ ଅନ୍ୟ ମାନେ ।

କେବଳ ଓଲିଉଡ୍ କଳାକାର ନୁହନ୍ତି ଜୀ ସାର୍ଥକରେ ପ୍ରସାରିତ ସମସ୍ତ ମେଗା ଧାରାବାହିକର କଳାକାର ଯୋଡି ମାନେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଇ ମଞ୍ଚ ଦୁଲୁକେଇବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଶିବ- ଶକ୍ତି, ଅମ୍ବର-ଧାରା, ବିଷ୍ଣୁ-ପ୍ରିୟା, ସନ୍ଧ୍ୟା-ରାଗିଣୀ, କରନ-ଖୁସି, ଏଜେ-ମାନିନୀ ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ଜୀ ସାର୍ଥକ ହେଉଛି ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ, ତେଣୁ ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ଏହି ଆୱାର୍ଡ ସୋ ସହିତ ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ । ଏହି ଆୱାର୍ଡ ସୋ ଆମର କଳାକାର ଓ ଟେକ୍ନିକାଲ ସଦସ୍ୟ ମାନଙ୍କୁ ଏକ ଅନନ୍ୟ ଅନୁଭବ ଦେଇଥାଏ ଯେ ତାଙ୍କ କାମ କେତେ ମୁଲ୍ୟବାନ ଦର୍ଶକଙ୍କ ପାଇଁ ଓ ସଚେତନ କରାଏ ଯେ ଭଲ କାମ ସର୍ବଦା ପୁରସ୍କୃତ ହୁଏ ତେଣୁ ଏହି କାର୍ୟକ୍ରମ ପ୍ରତିଭାକୁ ସମ୍ମାନ ଦେବାର ଏକ ବଡ଼ ମାଧ୍ୟମ ଆମ ପାଇଁ । ତେବେ ଦେଖିବାକୁ ଭୁଲିବେନି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚାନ୍ନେଲର ଏହି ୧ ନମ୍ବର ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ଯାହା ପ୍ରସାରିତ ହେବାକୁ ଯାଉଛି ଆସନ୍ତା ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ।