ମହାରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଙ୍କ ଭିତରେ ପସିଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା

312

କନକ ବ୍ୟୁରୋ : ବନ୍ୟାପାଣିରେ ଭାସିଗଲା ୪୦୦କୋଟି । ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ଆସିଥିବା ବନ୍ୟାଜଳରେ ବ୍ୟାଙ୍କରେ ଥିବା ୪୦୦କୋଟି ଭାସି ଯାଇଛି । ଏହି ବନ୍ୟା ଜଳରେ ସୀତବୁଲଦି ଅଂଚଳର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ଅଫିସ ପ୍ରଭାବିତ ହୋଇଥିଲା । ବନ୍ୟାଜଳ ବ୍ୟାଙ୍କର ଷ୍ଟ୍ରଙ୍ଗରୁମକୁ ଛୁଇଁଥିବା ବେଳେ ବାକ୍ସ ଭିତରେ ଥିବା ଟଙ୍କା ଗୁଡିକ ନଷ୍ଟ ହୋଇଯାଇଥିଲା । ବନ୍ୟାଜଳ ହେତୁ କେତେ ଟଙ୍କାର ନଷ୍ଟ ହୋଇଥିବା ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରାୟ ୪୦୦କୋଟି ଟଙ୍କା ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ବ୍ୟାଙ୍କ ପକ୍ଷରୁ ଏନେଇ ଆରବିଆକୁ ସୂଚନା ଦିଆଯିବା ପରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଁଚି ସ୍ଥିତି ଦେଖିଛନ୍ତି । ଏହି ଘଟଣା ଉପରେ ତଦନ୍ତ କରାଯାଉଥିବା ଆରବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।