ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଲେ ଭୁବନେଶ୍ୱର ସାଂସଦ । ବିମାନବନ୍ଦରରୁ ପଳାସପଲ୍ଲି କାର୍ଯ୍ୟାଳୟକୁ ଗଲା ବେଳେ କଲେ ଶକ୍ତି ପ୍ରଦର୍ଶନ

178

କନକ ବ୍ୟୁରୋ: ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ପଳାସପଲ୍ଲି ସ୍ଥିତ ନିଜ କାର୍ଯ୍ୟାଳୟକୁ ଗଲା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅପରାଜିତା । ୨୦ବର୍ଷ ହେବ ଅନ୍ତର୍ଜାତୀୟ ଫୋରମରେ ଭାରତରୁ କେହି ପ୍ରତିନିଧି ନଥିଲେ । ଶେଷ ଥର ପାଇଁ ୨୦୦୨ରେ ନଜମା ହେଫତୁଲ୍ଲା ଏହି ସମିତି ସଦସ୍ୟ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ଚୟନ କରିଥିଲେ । କେବଳ ଗୋଟିଏ ସ୍ଥାନ ପାଇଁ ହେଉଥିବା ନିର୍ବାଚନରେ ଦୁଇ ତୃତୀୟାଂଶ ଭୋଟ ସହ ଭାରତର ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏହି ଐତିହାସିକ ବିଜୟ ହାସଲ କରିଛନ୍ତି ।