ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ୬ ସପ୍ତାହ ଭିତରେ ପଦରୁ ଇସ୍ତଫା

103

କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନ ପରେ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଲମ୍ବା ସମୟ ଧରି ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଆଉ ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଲିଜ୍ ଟ୍ରସ୍ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଲିଜ୍ ଟ୍ରସ୍ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖି, ତାଙ୍କୁ ଲାଗୁଛି, ସେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିପାରିବେ ନାହିଁ । ସେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ନଥିଲା । ତେଣୁ ସେ ଅର୍ଥବ୍ୟବସ୍ଥା ମୂଳଦୂଆ ଦୃଢ କରିବାକୁ ପ୍ରୟାସ କରିଥିଲେ । ହେଲେ ସେ ଏବେ ଏହି କାମ କରିନପାରିଥିବାରୁ, ଇସ୍ତଫା ଦେଇଥିବା କହିଛନ୍ତି ।