ବିଜେପି ବିରୋଧରେ ଅଭିଯୋଗ ଆଣିଲା ଆପ୍ । ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଦାବି

309

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ଆପ୍ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀମାନେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିକୁ ଟଙ୍କା ଦେଇଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ଏବଂ ଏହି ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଦାବି କରିଛି ଆପ୍ ।

ସେପଟେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି । ଜଣେ ରାଜନେତା ହୋଇଥିବାରୁ ଓ ଆଗକୁ ନିର୍ବାଚନ ଥିବାରୁ ଆପଣ ଦୁର୍ନୀତି କଲେ ବି ତଦନ୍ତକାରୀ ସଂସ୍ଥା ଏହାର ଯାଂଚ ନକରୁ ବୋଲି ଆପଣ ଚାହୁଁଛନ୍ତି, ଏହା କଣ ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।