ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ପର୍ଯ୍ୟଟକ । ବାଇଶି ପାହାଚ ନିକଟରେ ବିଦେଶିନୀଙ୍କୁ ଚିହ୍ନି ପୁଲିସ ଜିମା ଦେଲେ ସେବାୟତ

87

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ସିହଂଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ବାଇଶି ପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କରିଛନ୍ତି ସେବାୟତ । ସେପଟେ ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । ତେବେ ବାଂଲାଦେଶ ଦୂତାବାସ ସହ ଆଲୋଚନା ପରେ ତାଙ୍କ ପାର୍ସପୋର୍ଟ ଯାଂଚ କରାଯାଇଥିଲା । ସେମାନଙ୍କ ବିରୋଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଆଜି ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଂଚ କରାଯାଉଛି ।