ଦୁର୍ବଳ ହେଉଛି ଶିବସେନାର ଉଦ୍ଧବ କ୍ୟାମ୍ପ । ଥାନେର ୬୬ କର୍ପୋରେଟର ସିନ୍ଦେଙ୍କ ଟିମରେ ସାମିଲ

146

କନକ ବ୍ୟୁରୋ: ଦିନକୁ ଦିନ ଦୁର୍ବଳ ହେଉଛି ଶିବସେନାରେ ଉଦ୍ଧବ ଠାକରେଙ୍କ କ୍ୟାମ୍ପ । ବିଧାୟକ, ସାଂସଦଙ୍କ ବିଦ୍ରୋହ ପରେ ଦଳ ଛାଡିଲେ ଶିବସେନାର ୬୬ କର୍ପୋଟେର । । ଥାନେ ମହାନଗର ନିଗମରେ ଦଳର ୬୭ କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ଏପଟେ ଆଉ ୧୦ ବିଧାୟକ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବା ନେଇ ଚର୍ଚ୍ଚା ।

  • ଉଦ୍ଧବଙ୍କ ହାତ ଛାଡୁଛନ୍ତି ଦଳୀୟ ନେତା
  • ସିନ୍ଦେଙ୍କ କ୍ୟାମ୍ପରେ ୬୬ ଶିବସେନା କର୍ପୋରେଟର

ଶିବସେନାରେ ଆରମ୍ଭ ହୋଇଥିବା ବିବାଦ ମଧ୍ୟରେ ଧିରେ ଧିରେ ପଛରେ ପଡିଯାଉଛନ୍ତି ଦଳର ପ୍ରକାଶ ପ୍ରମୁଖ ତଥା ଦଳର ପ୍ରତିଷ୍ଠାତାଙ୍କ ପୁଅ ଉଦ୍ଧବ ଠାକରେ । ଦଳର ୫୬ରୁ ୪୦ରୁ ଅଧିକ ବିଧାୟକ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସହ ଥିବା ବେଳେ ଆଉ ୧୦ ବିଧାୟକ ତାଙ୍କ ସହ ମିଶିବା ନେଇ ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ଥାନେ ମହାନଗର ନିଗମରେ ଦଳର ୬୭ କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ଏପଟେ ଦଳର ୧୮ ସାଂସଦଙ୍କ ମଧ୍ୟରୁ ୧୭ ଜଣ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିବା ପରେ ସେମାନେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ଦଳର ନେତା, ବିଧାୟକ, ସାଂସଦ, କର୍ପୋରେଟର ଏଭଳି ସମର୍ଥନ ବଢିବା ପଛରେ ବିଜେପିର ଚାଲଥିବା କୁହାଯାଉଛି । କାରଣ ଯେଉଁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ୨୦୧୯ରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିଥିଲା ଏଥର ସେହି ପଦବୀକୁ ଦଳ ସ୍ୱଇଛାରେ ଛାଡିଦେଇଛି ।

  • ବିଜେପି ଜାଲରେ ଫସିଲେ ଉଦ୍ଧବ
  • ଭାଇରାଲ ହେଉଛି ସିନ୍ଦେ-ପାୱାରଙ୍କ ଫଟୋ

ଦଳରେ ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେ କେବେ ବି ଭାବି ନ ଥିଲେ ସେ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ବିଜେପିର ୧୦୦ ଅଧିକ ବିଧାୟକ ଥିବା ବିଜେପି ୩୯ ବିଧାୟକଙ୍କ ସମର୍ଥନ ଥିବା ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା । ଯାହା ସିନ୍ଦେଙ୍କ ପ୍ରତି ଦଳରେ ବଢୁଥିବା ସମର୍ଥନର ପ୍ରମୁଖ କାରଣ ବୋଲି କୁହାଯାଉଛି । ଏପଟେ ଏନସିପି ମୁଖ୍ୟ ଶରତ ପାୱାର ଏବଂ ଏକନାଥ ସିନ୍ଦେଙ୍କ ଏକ ପୁରୁଣା ଫଟୋ ଭାଇରାଲ ହେଉଛି । ନୂଆ ସରକାର ପରେ ଗଠନ ପରେ ସିନ୍ଦେ ପାୱାରଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଭାଇରାଲ ଫଟୋ ଉପରେ ମନ୍ତବ୍ୟ ଦେଇ ଏଭଳି କୌଣସି ଭେଟଘାଟ ହୋଇନଥିବା କହିଛନ୍ତି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ।

ଆସନ୍ତା ୧୧ ତାରିଖରେ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ସିନ୍ଦେଙ୍କ ସମେତ ତାଙ୍କ କ୍ୟାମ୍ପର ୧୬ ବିଧାୟକଙ୍କ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ଦଳର ନେତୃତ୍ୱ କାହା ପାଖରେ ରହିବ ତାକୁ ନେଇ ଉତ୍କଣ୍ଠା ବଢୁଛି ।