ଇସ୍ତଫା ଦେଲେ ବୋରିସ ଜନସନ୍ । କିଏ ହେବ ଇଂଲଣ୍ଡର ନୂଆ ପ୍ରଧାନମନ୍ତ୍ରୀ?

116

କନକ ବ୍ୟୁରୋ: ସଙ୍କଟରେ ପଡିଯାଇଥିବା ବିଟ୍ରେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ସରକାରରେ ୩ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୫୦ ଜଣ ସାଂସଦ ଇସ୍ତଫା ଦେବା ପରେ ଶେଷରେ ପଦବୀ ଛାଡିବାକୁ ବାଧ୍ୟ ହୋଇଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ । ହେଲେ ସେ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ସୂଚନା ମିଳିଛି ।

ଇଂଲଣ୍ଡର ଲେବର ପାର୍ଟିର ମୁଖ୍ୟ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରି ବୋରିସ କହିଛନ୍ତି ଦଳର ସଂସଦୀୟ ବୋର୍ଡ ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନେବ । ଏବଂ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବା ପର୍ଯ୍ୟନ୍ତ ସେ ପଦବୀରେ ରହିବେ ବୋଲି କହିଛନ୍ତି । ତେବେ ବୋରିସଙ୍କ ଇସ୍ତଫା ପରେ କିଏ ନୂଆ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ବୋରିସ୍ ସରକାରରେ ମନ୍ତ୍ରୀ ଥିବା ଇରାକ ବଂଶୋଦ୍ଭବ ନଦୀମ ଯାହାୱୀ ଇଂଲଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି ।

କାହିଁକି ଇସ୍ତଫା ଦେଲେ ବୋରିସ୍ ?

୨୦୧୯ରେ ବହୁମତରେ ସରକାର ଗଢିଥିବା ବୋରିସ ଜନସନ୍ ତାଙ୍କ ସରକାରର ଡେପୁଟି ଚିଫ୍ ହ୍ୱିପ୍ ପଦର ନିଯୁକ୍ତିକୁ ନେଇ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ଏହି ପଦରେ କ୍ରିସ୍ ପେଞ୍ଚରଙ୍କୁ ନିଯୁକ୍ତି ଦେଇଥିଲେ ବୋରିସ୍ । ହେଲେ ପେଞ୍ଚରଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବାରୁ ନିଯୁକ୍ତିକୁ ବିରୋଧ କରି ମନ୍ତ୍ରୀମଣ୍ଡଳରୁ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ବୋରିସ ଜନସନ୍ ନିଜ ପଦରୁ ଇସ୍ତଫା ଦେବାକୁ ବାଦ୍ଧ ହୋଇଛନ୍ତି ।

ଏପଟେ ବ୍ରିଟେନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଉପରେ ଭାର୍ତ ନଜର ରଖିଥିବା କହିଛନ୍ତି ଭାରତର ବୈଦେଶକ ମୁଖପାତ୍ର ଅରିନ୍ଦମ ବାଗଚୀ । ଏହା ସେମାନଙ୍କ ଆଭ୍ୟନ୍ତରୀଣ ସମସ୍ୟା । ଭାରତ-ୟୁକେ ମଧ୍ୟରେ ଭଲ ବନ୍ଧୁତା ଅଛି, ଯାହା ଆଗାମୀ ଦିନରେ ଜାରି ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବୈଦେଶକ ମୁଖପାତ୍ର । ତେବେ ବୋରିସଙ୍କ ଇସ୍ତଫା ପରେ ୟୁକେର ବିରୋଧୀ ଦଳ ନେତା କେର ଷ୍ଟର୍ନର ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନୁହେଁ ପୁରା ସରକାର ବଦଳିବା ଦରକାର ବୋଲି ସେ କହିଛନ୍ତି ।