ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

260

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା ସାବନି ଅଂଚଳରେ ଏହି ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ତିନି ଜଣ ଯବାନ ସହିଦ ହୋଇଛନ୍ତି ।