‘ଡେଲିଭରି ବୟ’ ଫିଲ୍ମକୁ ନେଇ ହଲ୍ ମାଲିକ ଓ ପ୍ରଯୋଜକ ମୁହାଁମୁହିଁ : ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ପ୍ରଯୋଜକଙ୍କ ଅସନ୍ତୋଷ

217

କନକ ବ୍ୟୁରୋ : ମୁହାଁମୁହିଁ ଫିଲ୍ମ ‘ଡେଲିଭରୀ ବୟ’ର ପ୍ରଯୋଜକ ଓ ମହାରାଜା ହଲ୍ ମାଲିକ । ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ର ସୋ’ । ହଲରେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରଥିଲେ ଫିଲ୍ମର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି । ଦିବ୍ୟାଙ୍ଗ କିପରି ହଲକୁ ଫିଲ୍ମ ଦେଖିବାକୁ ଯିବେ ବୋଲି ପ୍ରଶ୍ନ କରିଥିଲେ ପ୍ରଯୋଜକ ।

ସବୁ ହଲରେ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମହାରାଜାରେ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏଠାରେ ମଣିଷ ନୁହେଁ ହଲ ଦିବ୍ୟାଙ୍ଗ ବୋଲି କହିଥିଲେ ପ୍ରଯୋଜକ । ପ୍ରଯୋଜକଙ୍କ ଏପରି ମନ୍ତବ୍ୟ ପରେ ମହାରାଜା ଫିଲ୍ମ ହଲ ‘ଡେଲିଭରୀ ବୟ’ ସୋ’ ବନ୍ଦ କରି ଦେଇଛି । ମହାରାଜା ହଲ୍ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟ୍ କରି କୁହାଯାଇଛି ।