ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା କାମ ।

127

କନକ ବ୍ୟୁରୋ: ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜି ନଗରର ଏକ ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ କମ୍ପାନୀ ମଧ୍ୟରେ ଫସି ରହିଥିବା ୬ଜଣ ଶ୍ରମିକ ଜୀବନ୍ତ ଦଗ୍ଧ । ଗୁରୁତର ମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରବିବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମଧ୍ୟ ମତ୍ୟୁ ସଂଖ୍ୟା ବଢିପାରେ ବୋଲିି ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।