ବିଜେପିର ମିଶନ ୮୦+କୁ ନେଇ ତାରାଙ୍କ ଜବାବ । ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢେଇ ହେବ, ଯାହାର ଦମ ସିଏ ଜିତିବ ।

219

କନକ ବ୍ୟୁରୋ : ୨୦୨୪ ପାଇଁ ବିଜେପିର ଟାର୍ଗେଟ ୮୦+ ଥିବା କହିବା ପରେ ତେଜିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା । ଅଥାର୍ତ ବିଜେପିର ଟାର୍ଗେଟ ବୋଲି କିଛି ନାହିଁ । ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦ । ମାତ୍ର ୧୪୭ଟି ଆସନ, ସେଥିରେ ପୁଣି ଏତେ ଆସନର ହିସାବ ଚାଲିଛି । ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି ।

ତାରା କହିଛନ୍ତି, କାହାକୁ କହିବାକୁ କଣ ଟ୍ୟାକ୍ସ ଲାଗୁଛି । ୧୨୦ ଆସନରେ ଜିତିବୁ, ୮୦ ଆସନରେ ଜିତିବୁ । ଏଭଳି କହିବାକୁ ପାଟିକୁ କଣ ଟ୍ୟାକ୍ସ ପଡୁଛି କି? ତେଣୁ ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ । କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ, ତମେ କିମ୍ବା ମୁଁ କରିବାନି । ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ କଣ ନିଯୁକ୍ତି ପାଇଛନ୍ତି ତାହାର ତର୍ଜମା କଲେଣି । ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ଲୋକେ ତର୍ଜମା କଲେଣି ଏବଂ ଉପା ସରକାର ସମୟରେ ହୋଇଥିବା ଯୋଜନାକୁ ହାଇଜାକ କରାଯାଇଛି ତାକୁ ମଧ୍ୟ ଲୋକେ ତର୍ଜମା କରୁଛନ୍ତି । କଂଗ୍ରେସ କାହାକୁ ଭୟ କରେନି । ଗତଥର ୧୨୦ ପ୍ଲସ କଥା କହିଥିଲେ, ଡବଲ ଇଞ୍ଜିନ କଥା କହିଥିଲେ । ଶେଷରେ କଣ ହେଲା । କିନ୍ତୁ ଆମର ୯ରୁ ୯୦ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଲୋକେ ନିଷ୍ପତି ନେବେ କିଏ କେତେ ସିଟ ନେବ ।