ମନ୍ଦିର ପରିସରରେ ମଟନ୍ ଡେଲିଭରି କରିବାକୁ କରିଥିଲେ ମନା, ଏବେ ପୂଜାରୀମାନେ କଲେ ସମ୍ମାନୀତ

537

କନକ ବ୍ୟୁରୋ : ବ୍ୟବସାୟରେ କେହି କେବେ ଜାତି କି ଧର୍ମ ଦେଖେନାହିଁ । ଏହାସହ ମଜୁରୀଆମାନେ କେବେ ମନ୍ଦିର କି ମସଜିଦ ଭିତରେ ପ୍ରଭେଦ ଦେଖିନଥାଏ । ବ୍ୟବସାୟୀ ଲାଭ ପାଇଁ ଜାତି ଧର୍ମକୁ ପଛରେ ପକାଏ ତ ମଜୁରୀଆ ପେଟ ପାଟଣା ପାଇଁ ମନ୍ଦିର ମସଜିଦ୍ ଭିତରେ ଥିବା ପାର୍ଥକ୍ୟକୁ ଅଣଦେଖା କରିଥାଏ । ହେଲେ ଆଜି ଆମେ ଜଣେ ଏମିତି ପିଲାର କଥା କହିବାକୁ ଯାଉଛୁ ଯେ କି ଦିଲ୍ଲୀରେ ସ୍ୱିଗି କମ୍ପାନୀର ଡେଲିଭରୀ ବଏ ଭାବେ କାର୍ଯ୍ୟ କରି ନିଜର ଗୁଜରାଣ ମେଣ୍ଟାଇଥାଏ । ହେଲେ ଯେତେବେଳେ କେହି ଜଣେ ଅର୍ଡର କଲା କି ମନଟ କୁରୁମା ଆଣି ଦିଲ୍ଲୀର ପ୍ରସିଦ୍ଧ ମରଘଟ ବାବା ହନୁମାନ ମନ୍ଦିର ପରିସରରେ ଡେଲିଭରି ଦେବାକୁ ସେତେବେଳେ ଏହି ପିଲା ଜଣଙ୍କ ମନ୍ଦିର ପରିସରରେ ମଟନ ଡେଲିଭରି ଦେବାକୁ ସିଧାସଳଖ ମନା କରିଦେଇଥିଲେ ।

ଡେଲିଭରି ବଏ ଜଣଙ୍କ ମନ୍ଦିର ବାହାରେ ଠିଆ ହୋଇ ଅର୍ଡର ଦେଇଥିବା ଲୋକକୁ ସେଠାରୁ ଡେଲିଭରୀ ନେବାକୁ କହିଥିଲେ । ହେଲେ ଗ୍ରାହକ ଜଣଙ୍କ ଡେଲିଭରି ବଏକୁ ମନ୍ଦିର ପରିସରରେ ନେଇ ମଟନ୍ ଡେଲିଭରୀ ଦେବାକୁ ବାଧ୍ୟ କରିଥିଲା ।

ଏକ ଭିଡିଓରେ ଦେଖିବାକୁ ମିଳିଛି କି, ଡେଲିଭରୀ ବଏ ସଚୀନ ପଞ୍ଚାଲ ହାତରେ ମଟନ ପ୍ୟାକେଟ ଧରି ମନ୍ଦିର ପରିସର ବାହାରେ ଠିଆ ହୋଇଛନ୍ତି । ଡେଲିଭରିର ଲୋକେସନ ଯମୁନା ବଜାର, ହନୁମାନ ମନ୍ଦିର ବୋଲି ଲେଖାଯାଇଛି । ଏହି ଘଟଣା ୨୦୨୩ ମାର୍ଚ୍ଚ ମାସର ।

ଯେତେବେଳେ ସଚୀନ ତାଙ୍କର ଗ୍ରାହକଙ୍କୁ ମନ୍ଦିର ପରିସରରେ ମଟନ ଡେଲିଭରି ଦେବାକୁ ମନା କଲେ ସେତେବେଳେ ଗ୍ରାହକ ଜଣଙ୍କ ସ୍ୱିଗିରେ ଅଭିଯୋଗ କରିଥିଲେ । ଏହାପରେ ସ୍ୱିଗି ତରଫରୁ ସଚୀନକୁ କାମରୁ ବାହାର କରାଯାଇଥିଲା । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ପୂଜାରୀଙ୍କ ତରଫରୁ ମନ୍ଦିର ଧାର୍ମିକ ପବିତ୍ରତା ବଞ୍ଚାଇ ରଖିଥିବାରୁ ସଚୀନଙ୍କୁ ପୁରସ୍କୃତ କରାଯାଇଛି । କେବଳ ସେତିକି ନୁହେଁ ମନ୍ଦିର ପ୍ରଶାସନ ତରଫରୁ ସଚୀନଙ୍କୁ ମନ୍ଦିର ସେବକ ଭାବେ ଚାକିରୀ ମଧ୍ୟ ପ୍ରଦାନ କରାଯାଇଛି ।