ବିଜେପି-ବିଜେଡି ମେଣ୍ଟ ନେଇ ଏବେବି ରହିଛି ସସପେନ୍ସ । ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ବାଦ୍ ପଡିବା ପରେ ବଢିଲା ଚର୍ଚ୍ଚା ।

175

କନକ ବ୍ୟୁରୋ: ବିଜେପି-ବିଜେଡି ମେଣ୍ଟନେଇ ଏବେବି ଜାରିରହିଛି ସସପେନ୍ସ । ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ବାଦ ପରେ ଚର୍ଚ୍ଚା ପୁଣି ବଢିବାରେ ଲାଗିଛି । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି । ସେପେଟ ଆଜି ଦିଲ୍ଲୀ ଜିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ବିଜେପି-ବିଜେଡି ମେଣ୍ଟ ଚୁଡାନ୍ତ ହେବ ବୋଲି ଦିଲ୍ଲୀ ମହଲରେ ଆଲୋଚନା ହେଉଛି । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଥିବା ସୋସିଆଲ ମିଡିଆରେ ଘୁରି ବୁଲୁଛି । ପ୍ରମୁଖ ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଏହି ମେଂଟ ଚର୍ଚ୍ଚା ଅପପ୍ରଚାର କହି, ଖଣ୍ଡନ କରିଛନ୍ତି ଉଭୟ ଦଳର ନେତା ।

ତେବେ ବିଜେଡି-ବିଜେପି ଭିତରେ ମେଣ୍ଟ ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆସନ୍ତା ୫ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚଣ୍ଡିଖୋଲରେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଜନସଭାକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜୋରସୋରରେ ଚାଲିଛି ପ୍ରସ୍ତୁତି ।