ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଅଙ୍କଲ : କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଲେ, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ

282

କନକ ବ୍ୟୁରୋ : ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ଏବେ ସାମ୍ନାକୁ ଆସିଛନ୍ତି ସମ୍ପର୍କୀୟ ଅଙ୍କଲ । ସେ କହିଛନ୍ତି, ଶୁଭଲକ୍ଷ୍ମୀଙ୍କୁ କାମର ଆବଶ୍ୟକ ଥିଲା । କିନ୍ତୁ ନାବାଳିକା ଥିବାରୁ ତାଙ୍କୁ କେହି କାମ ଦେଇନଥିଲେ । ପରେ ସେ ତାଙ୍କ ପାଇଁ କାମ ଯୋଗାଡ କରିଥିଲେ । ସମ୍ପର୍କୀୟ ଅଙ୍କଲ ଆହୁରି ସଫେଇ ଦେଇଛନ୍ତି, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ । ତାଙ୍କ ଭିଡିଓ ରଖି ବ୍ଲାକମେଲ କରିବା କଥାକୁ ଅସ୍ୱୀକାର କରିଛନ୍ତି ଅଙ୍କଲ ।

ସେପଟେ ଭୁବନେଶ୍ୱର ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର ତଥ୍ୟ ଅନୁସାରେ ତଦନ୍ତ କରାଯାଉଛି । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରିପୋର୍ଟ ।

ପ୍ରଥମ ବୟଫ୍ରେଣ୍ଡ ସଂଜୟଙ୍କୁ ଡାକି ପଚରାଉଚରା ପରେ ଦ୍ୱିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି । ସେହିପରି ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି । ଦୀପାଳି ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ ଶୁଭଲକ୍ଷ୍ମୀ । ଗତ ଶନିବାର ଭୁବନେଶ୍ୱର ଦୀପାଳି ହୋଟେଲର ରୁମ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଛି ।