ବିଶ୍ୱକପ ପୂର୍ବରୁ ଇଡେନଗାର୍ଡେନରେ ଅଘଟଣ: ଷ୍ଟାଡିୟମରେ ଲାଗିଗଲା ନିଆଁ

161

କନକ ବ୍ୟୁରୋ: ୨୦୨୩ କ୍ରିକେଟ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । କୋଲକାତାର ଇଡେନଗାର୍ଡେନରେ ବି ବିଶ୍ୱକପର କିଛି ମ୍ୟାଚ ହେବାର ଅଛି । ଏହାରି ଭିତରେ ଇଡେନ ଗାର୍ଡେନରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ନିଆଁ ଗତକାଲି ରାତି ୧୧ଟା ୫୦ରେ ଲାଗିଥିଲା । ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ବିଶ୍ୱକପ ପାଇଁ ଷ୍ଟାଡିୟମରେ ଉନ୍ନତିକରଣ କାମ ଚାଲିଥିଲା । ଏହାରି ମଧ୍ୟରେ ରାତିରେ ଷ୍ଟାଡିୟମର ଡ୍ରେସିଂ ରୁମରେ ନିଆଁ ଲାଗିଯାଇଥିଲା । ଡ୍ରେସିଂ ରୁମର ଫଲ୍ସ ସିଲିଂରେ ଏହି ନିଆଁ ଲାଗିଥିଲା ଯେଉଁଠି ଖେଳାଳିଙ୍କ ଉପକରଣ ରଖାଯାଏ । ଏଥିରେ କୌଣସି ବଡ କ୍ଷତି ହୋଇନଥି ବି ସେଠାରେ ରଖାଯାଇଥିବା ଖେଳାଳିଙ୍କ ସମସ୍ତ ଉପକରଣ ପୋଡିଯାଇଛି । କୁହାଯାଉଛି ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିଲା ।