ଗୋବିନ୍ଦ ସାହୁ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଜେଲର କାଠଗଣ୍ଡି କହୁଛି, ଆତ୍ମହତ୍ୟାର କାହାଣୀ ।

208

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ଆଉ ଏତିକିବେଳେ ସାମନାକୁ ଆସିଛି ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନର ଏକ୍ସକ୍ଲୁସିଭ୍ ଚିତ୍ର ।

  • ଜେଲ ଝରକାରେ ଲଟିକିଛି ଗାମୁଛା
  • କାଠଗଣ୍ଡି କହୁଛି ଆତ୍ମହତ୍ୟାର କାହାଣୀ

ଗୋବିନ୍ଦ ସାହୁ ଯେଉଁ ସ୍ଥାନରେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହୁଛି, ସେହି ସ୍ଥାନର ଚିତ୍ର ଏବେ ସାମ୍ନାକୁ ଆସିଛି । ଚିତ୍ରରେ ସ୍ପଷ୍ଟ ଭାବେ ଦେଖାଯାଉଛି ଜେଲର ଝରକାରୁ ଓହଳିଛି ଏକ ଗାମୁଛି । କୁହାଯାଉଛି, ଏହି ଗାମୁଛାକୁ ବେକରେ ଲଗାଇ ଝୁଲି ପଡିଥିଲେ ଗୋବିନ୍ଦ । କେବଳ ଏତିକି ନୁହେଁ ତଳେ ରହିଛି ଏକ କାଠଗଣ୍ଡି । ପାଖରେ ପଡିଛି ଗୋବିନ୍ଦଙ୍କ ଚପଲ । ସୂଚନା ଅନୁସାରେ ଏହି କାଠଗଣ୍ଡି ଉପରେ ଚଢ଼ି ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପରେ ତାଙ୍କ ଚପଲ ତଳେ ଖସି ପଡିଛି । ତେବେ ଏହି ଫଟୋକୁ ଦେଖି ସନ୍ଦେହ ପ୍ରକାଶ କରିଛନ୍ତି ଗୋବିନ୍ଦଙ୍କ ସମ୍ପର୍କୀୟ । ସେହିପରି ପ୍ରଫେସନାଲ କିଲରଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

କୁହାଯାଉଛି ଏହି କାଠଗଣ୍ଡିଟି ଜେଲର ରୋଷେଇ ଘରେ ରହିଥିଲା । ଏହି କାଠଗଣ୍ଡିରେ ମାଂସ କଟାଯାଉଥିଲା । ହେଲେ ସୁଯୋଗ ଦେଖି ଗୋବିନ୍ଦ ରୋଷେଇ ଘରୁ ସେହି କାଠଗଣ୍ଡିକୁ ପଛ ପଟକୁ ନେଇ ଆସିଥିଲା ଓ ସେଥିରେ ଚଢ଼ି ଆତ୍ମହତ୍ୟା କରିଛନ୍ତି । କିନ୍ତୁ ପୋଲିସର ଏହି ଥିଓରୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି…

  • ଏତେ ବଡ କାଠଗଣ୍ଡିକୁ ଗୋବିନ୍ଦ ଜେଲ ପଛ ପଟକୁ ନେଲେ କେମିତି?
  • କାଠଗଣ୍ଡି ନେବା ସମୟରେ କେହି ଦେଖି ପାରିଲେନି କେମିତି?
  • ଗୋବିନ୍ଦ କାଠଗଣ୍ଡି ବୋହି ନେବାରୁ ସିସିଟିଭି ଫୁଟେଜ୍ ଅଛି କି?
  • ଜେଲ ଭିତରେ ଗୋବିନ୍ଦଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା କି?