ବୁଲେଟ ଟ୍ରେନକୁ ନେଇ ଆସିଲା ବଡ ଖବର। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଟ୍ରାଏଲ ରନ୍ ?

502

କନକ ବ୍ୟୁରୋ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବୁଲେଟ ଟ୍ରେନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରରେ ବିଜେପି ସରକାର ହେବା ପରେ ସମସ୍ତେ ଆଶା ରଖିଥିଲେ ଯେ ଶୀଘ୍ର ବୁଲେଟ ଟ୍ରେନରେ ଲୋକେ ବସିପାରିବେ । ସରକାର ମଧ୍ୟ ଏହା ଚାହୁଁଥିଲେ ଯେ କିଭଳି ଶୀଘ୍ର ଲୋକଙ୍କୁ ଭାରତର ପ୍ରଥମ ବୁଲେଟ ଟ୍ରେନ ଟ୍ରାକକୁ ଆସିବ । ଏହି ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଆରମ୍ଭ ହେବ । ଟ୍ରେନଟି ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଆରମ୍ଭ ପାଇଁ ଚିନ୍ତା କରାଯାଇଥିଲା । ଏନେଇ ବିଭିନ୍ନ ସମୟରେ ତାରିଖ ମଧ୍ୟ ଦିଆଯାଇଥିଲା । ତେବେ ତାହା ଆରମ୍ଭ ହୋଇପାରିନଥିଲା । ବର୍ତ୍ତମାନ କିନ୍ତୁ ନ୍ୟାସନାଲ ହାଇ-ସ୍ପିଡ ରେଳ କର୍ପୋରେସନ ଲିମିଡେଟ ଏନଏଚଏଚଆରସିଏଲର ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ସ୍ପଷ୍ଟ କରିଛନ୍ତି କେବେ ସୁଦ୍ଧା ଏହା ଚାଲିବ ।

ରାଜେନ୍ଦ୍ର ପ୍ରସାଦ କହିଛନ୍ତି ଆଗାମୀ ୫ବର୍ଷ ଅର୍ଥାତ ୨୦୨୭ ସୁଦ୍ଧା ବୁଲେଟ ଟ୍ରେନର କାମ ଶେଷ ହେବ । ସୁରତରୁ ବିଲିମୋରା ମଧ୍ୟରେ ଜୁନ ୨୦୨୬ ସୁଦ୍ଧା ଟ୍ରାଏଲ ରନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି, ନିର୍ମାଣ କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୨୦ କିଲୋମିଟରର ଫାଇଲିଂ କାମ ପୂରା ହୋଇସାରିଛି । ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ଏଭଳି ସ୍ୱଦେଶୀ ସାମଗ୍ରୀ ରହିଛି ଯାହାର ଉପଯୋଗ ରେଳ ପରିଚାଳନାରେ କରାଯାଉଛି । ଏହା ଦେଶ ପାଇଁ ମଧ୍ୟ ଗର୍ବର ବିଷୟ । ଆମେ ୨୪ ଘଣ୍ଟା କାମ ଜାରିରଖିଛୁ । ୨୨୦ କିଲୋମିଟର ଫାଇଲିଂ କାମ ପୂରା ହେବା ଆମ ବିଶ୍ୱାସକୁ ବୃଦ୍ଧି କରିଛି । ଆମକୁ ବିଶ୍ୱାସ ଅଛି ଯେ ୨୦୨୬ ଜୁନ ସୁଦ୍ଧା ଆମେ ସୁରତରୁ ବିଲିମୋରା ମଧ୍ୟରେ ଟ୍ରେନର ଟ୍ରାଏଲ ରନ କରିପାରିବୁ ।

ଜମି ଅଧିଗ୍ରହଣରେ ମହାରାଷ୍ଟ୍ର ସରକାର ଅନେକ ସହଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତର ଭୂମି ଅଧିଗ୍ରହଣ ଶେଷ ହୋଇଛି । ଏହା ବାଦ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇସାରିଛି । ତେଣୁ ଶୀଘ୍ର ସେଠାରେ କାମକୁ ଆଗକୁ ବଢାଇନିଆଯିବ । ବୁଲେଟ ଟ୍ରେନର ପରିଯୋଜନା ଭାରତ-ଜାପାନର ସହଭାଗିତାରେ ହେଉଛି । ଜାପାନର ଶିଂକାନସେନ ଟ୍ରେନରେ ମୃତ୍ୟୁ ଦର ଶୂନ୍ୟ ଏବଂ ସୁରକ୍ଷାର ଟ୍ରାକ ରେକର୍ଡ ରହିଛି । ଜାପାନର ଗୁଣବତ୍ତା ବିଷୟରେ ସମସ୍ତଙ୍କୁ ଜଣାଅଛି । ଆମର ଇଞ୍ଜିନିୟର ମଧ୍ୟ ଜାପାନରେ ପ୍ରଶିକ୍ଷଣ ନେଇଛନ୍ତି ବୋଲି ରାଜେନ୍ଦ୍ର କୁମାର କହିଛନ୍ତି ।