ସନ୍ଦେହ ଘେରରେ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା। ସୁଇସାଇଡ ନୋଟରେ କାହାରିକୁ ଦାୟୀ କରିନାହାନ୍ତି ଅଭିନେତ୍ରୀ।

285

କନକ ବ୍ୟୁରୋ : ରଶ୍ମିରେଖା ଓଝା । ଓଡିଆ ଟେଲି ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା । ହଠାତ୍ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିର ଭଡ଼ାଘରୁ ମିଳିଲା ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତଦେହ । ପରିବାରର ଅଭିଯୋଗ ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଦେଢମାସ ହେବ ସ୍ୱାମୀର ପରିଚୟ ଦେଇ ସନ୍ତୋଷ ପାତ୍ର ନାମକ ଯୁବକଙ୍କ ସହ ରହି ଆସୁଥିଲେ ରଶ୍ମୀରେଖା । ତେବେ ବିଭିନ୍ନ ସମୟରେ ପୁରୁଷ ବନ୍ଧୁଙ୍କୁ ନେଇ ଉଭୟଙ୍କ ଭିତରେ ମନାନ୍ତର ହୋଇଆସୁଥିଲା । ତେଣୁ ରଶ୍ମୀରେଖାଙ୍କ ମୃତ୍ୟୁ ପାଇଁ ସନ୍ତୋଷଙ୍କୁ ଦାୟୀ କରିଛନ୍ତି ପରିବାର ।

ଅନ୍ୟପଟେ ମୃତ୍ୟୁ ପୂର୍ବରୁ ଜଣେ ସାଙ୍ଗଙ୍କୁ ଟଙ୍କା ମାଗିଥିଲେ ରଶ୍ମିରେଖା । ସେ ସାଙ୍ଗଜଣକ କନକ ନ୍ୟୁଜକୁ ନିଜ ବୟାନ ଦେବା ସହ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି । କହିଛନ୍ତି, ଯିଏ ବିଭିନ୍ନ ସମୟରେ ଅନ୍ୟମାନଙ୍କ ସମସ୍ୟା ସମାଧାନ କରୁଥିଲା, ସେ ନିଜେ କିପରି ଆତ୍ମହତ୍ୟା କରିବ । ସେହିପରି ରଶ୍ମିରେଖାଙ୍କ ମୃତ୍ୟୁ ପରେ ପୁରୁଷ ବନ୍ଧୁ ରାଜା ମୁହଁ ଖୋଲିଛନ୍ତି । ଜନ୍ମଦିନରେ ରଶ୍ମିରେଖା ତାଙ୍କ ନାଁରେ ଟାଟୁ ବନାଇଥିଲେ, ଏପରିକି ବିବାହ ପାଇଁ ଉଭୟଙ୍କ ପରିବାର ଭିତରେ କଥାବର୍ତ୍ତା ଚାଲିଥିଲା । ହେଲେ ୬ ମାସ ହେଲା ସେମାନେ ଆଉ ସମ୍ପର୍କରେ ନଥିଲେ ।

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ସସପେନ୍ସ । କେତେକ ପ୍ରଶ୍ନ ରଶ୍ମୀରେଖାଙ୍କ ମୃତ୍ୟୁକୁ ରହସ୍ୟ କରିପକାଇଛି ।
– ରଶ୍ମୀରେଖାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?
– କାହିଁକି ଜୀବନ ହାରିଲେ ଟେଲି ଅଭିନେତ୍ରୀ ?
-ମୃତ୍ୟୁ ପୂର୍ବରୁ ସାଙ୍ଗକୁ କାହିଁକି ମାଗିଥିଲେ ୫ ହଜାର ଟଙ୍କା ?
– ସୁଇସାଇଡ ନୋଟ ପରେ କାହିଁକି ଶୁଣୁଥିଲେ ସ୍ୟାଡ୍ ସଙ୍ଗ?
– କୁଆଡେ ଗଲେ ସ୍ୱାମୀର ପରିଚୟ ଦେଇଥିବା ସନ୍ତୋଷ ପାତ୍ର?