ବିରୋଧୀ ମେଣ୍ଟର ଇଣ୍ଡିଆ ନାମ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିଲା ଅଭିଯୋଗ । ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

422

କନକ ବ୍ୟୁରୋ : ବିରୋଧୀମେଣ୍ଟର ନାମ ଇଣ୍ଡିଆକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି, ଏଭଳି ମାମଲା କୋର୍ଟକୁ ନଆଣି ନିର୍ବାଚନ କମିଶନରଙ୍କ ପାଖରେ ରଖାଯିବା ଦରକାର । ସୁପ୍ରିମକୋର୍ଟ ଏହି ମାମଲାରେ ସିଧାସଳଖ ଶୁଣାଣି କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ତରଫରୁ ଇଣ୍ଡଆ ନାମକୁ ନେଇ ରାଜନୈତିକ ନୈତିକତା ଉପରେ ପ୍ରଶ୍ନ ଉଠୁଥିବା ଅଭିଯୋଗ ହୋଇଥିଲା । କୋର୍ଟ କହିଥିଲେ କି ଏଠାରେ ରାଜନୈତିକ ଦଳଙ୍କ ନୈତିକତା ଉପରେ ଆମେ ଶୁଣାଣି କରିପାରିବୁ ନାହିଁ ।

ଆବେଦନକାରୀଙ୍କ ଓକିଲ କହିଛନ୍ତି କି, ଇଣ୍ଡିଆ ନାମକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ବିଚାରଧୀନ ରହିଛି । ଏହା ଉପରେ କୋର୍ଟ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି ।