ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା ଅପିଲକୁ କଲେ ଖାରଜ

68

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ ।

ଆଦାନୀଙ୍କୁ ଆଶ୍ୱସ୍ତି
-ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
-୩ ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି ।
-ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ
-କୋର୍ଟ କହିଛନ୍ତି ତଦନ୍ତକୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନେବାର କୌଣସି କାରଣ ନାହିଁ
-ମାମଲାରଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ବୋଲି ସୁପ୍ରିମକୋର୍ଟ କହିଛନ୍ତି

ହିଣ୍ଡେନବର୍ଗ ମାମଲା, ‘ଏସଆଇଟି’ ତଦନ୍ତକୁ ନା’
-୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଥିଲା
-ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲା ହିଣ୍ଡନବର୍ଗ
-ଆଦାନୀ ଗ୍ରୁପ ନାଁରେ ଷ୍ଟକ ପ୍ରାଇସ ଜାଲିଆତି ଅଭିଯୋଗ କରିଥିଲା ।
-ମାମଲାରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି କମିଟି ତଦନ୍ତ କରିବା ପାଇଁ ବହୁ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା
-ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ
-ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ
-ଆଦାନୀଗ୍ରୁପ ବିରୋଧରେ ମୋଟ ୨୪ଟି ମାମଲା ରହିଛି
-୨୨ଟି ଶୁଣାଣୀ ସରିଥିବା ଆଉ ୨ଟି ବାକି ରହିଛି

ସୁପ୍ରିମକୋର୍ଟଙ୍କ ରାୟ ଉପରେ ଅସନ୍ତୋଷ ଜାରି କରି ବିରୋଧୀ ଦଳ ନେତା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସତ୍ୟମେବ ଜୟତେ ବୋଲି ନିଜ ପ୍ରତିକ୍ର୍ରିୟାର କହିଛନ୍ତି ଗୌତମ ଆଦାନି ।