ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଆଶ୍ୱସ୍ତି । ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ମିଳିଲା କ୍ଲିନ୍ ଚିଟ୍ ।

110

କନକ ବ୍ୟୁରୋ: ୨୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଆଶ୍ୱସ୍ତି । ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀଙ୍କୁ କ୍ଲିନ୍ ଚିଟ୍ ଦେଇଛି ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା । ସୁନେତ୍ରା ପାୱାରଙ୍କୁ ଏନସିପି ବାରାମତୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି । ନିର୍ବାଚନର ଠିକ୍ ପୂର୍ବରୁ ମିଳିଥିବା କ୍ଲିନ୍ ଚିଟ୍ ପରେ ସେ ବଡଆଶ୍ୱସ୍ତି ପାଇଛନ୍ତି । ଏହି ଆସନରେ ସୁନେତ୍ର ପାୱାରଙ୍କ ବିପକ୍ଷରେ ଶରଦ ପାୱାରଙ୍କ ଝିଅ ତଥା ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କ ମୁକାବିଲା ହେବ । ଇଓଡବ୍ଲ୍ୟୁ ଦାଖଲ କରିଥିବା କ୍ଲୋଜର ରିପୋର୍ଟରେ କୁହାଯାଇଛି ଯେ ଜରାଣ୍ଡେଶ୍ୱର ସମବାୟ ଚିନି କଳ କମୋଡିଟିରୁ ଜରାଣ୍ଡେଶ୍ୱର ସୁଗାର ମିଲ୍ସ ପ୍ରାଇଭେଟ ଲିମିଟେଡକୁ ନିଯୁକ୍ତି ଦେବାରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ । ଏହାବ୍ୟତୀତ ଅଜିତ ପାୱାରଙ୍କ ପୁତୁରାଙ୍କୁ ମଧ୍ୟ ଇଓଡବ୍ଲୁ କ୍ଲିନ୍ ଚିଟ୍ ଦେଇଛି । ଇଓଡବ୍ଲୁ ମଧ୍ୟ ରୋହିତ ପାୱାରଙ୍କ ସହ ଜଡିତ କମ୍ପାନୀଗୁଡିକୁ କ୍ଲିନ ଚିଟ୍ ଦେଇଛି । ନିକଟରେ ଏନସିପିରେ ବିଦ୍ରୋହ ହୋଇଥିଲା । ଏହାପରେ ଅଧିକାଂଶ ନେତା ଅଜିତଙ୍କ ନେତୃତ୍ୱକୁ ସମର୍ଥନ କରିବା ପରେ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ସହ ମେଣ୍ଟ କରିଛି ।