କନକ ବ୍ୟୁରୋ: ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ । ଏନେଇ ଟୁଇଟ୍ କରି ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀଧର ଦେବ ଆଜି ନାମାଙ୍କନ ମଧ୍ୟ ଭରିସାରିଥିଲେ, ହେଲେ ଏହାପରେ ମଧ୍ୟ ତାଙ୍କୁ ହଟେଇ ସାକା ସୁଜିତ୍ କୁମାରଙ୍କୁ ଟିକେଟ୍ ଦେଇଛି ଦଳ ।
This is for the information to general public that official candidate of INC from (134) Digapahandi assembly is Saka Sujit Kumar.
ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ୧୩୪ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ଶ୍ରୀ ସାକା ସୁଜିତ୍ କୁମାରଙ୍କ ନାମ ଘୋଷଣା…— Odisha Congress (@INCOdisha) April 24, 2024
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସନ ଏକ ଗୁରୁତ୍ୱପୂର୍ଣ୍ଣ ସିଟ୍ । ବିଜେଡି ଏଠାରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟର୍ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଲୋକପ୍ରିୟ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇଛି । ତେବେ ଏହି ଦୁଇ ନେତାଙ୍କୁ ହରାଇବାକୁ ଏବେ କଂଗ୍ରେସ ମୈଦାନକୁ ଓହ୍ଲାଇଛି ସାକା ସୁଜିତ୍ କୁମାରଙ୍କୁ । ତେଣୁ ଏବେ ଦେଖିବା ବାକି ରହିଲା, ଦିଗପହଣ୍ଡି ଆସନରେ କିଏ ମାରୁଛି ବାଜି?