ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ : ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ

385

କନକ ବ୍ୟୁରୋ : ସୁନ୍ଦରଗଡରେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ । ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଦେବେନ୍ଦ୍ର ପଟେଲଙ୍କୁ ସଜ୍ଜା ଶୁଣାଇଲେ ସ୍ପେଶାଲ ପକସୋ କୋର୍ଟ । ୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ ଥିଲା । ବିଭିନ୍ନ ଦଫାରେ ଶୁଣାଯାଇଥିବା ଦଣ୍ଡାଦେଶରେ ଏକକାଳୀନ ଭୋଗିବେ ।

କେବଳ ସେତିକି ନୁହେଁ ପକସୋ ଆଇନରେ ସମସ୍ତ ଦଫାରେ ୧୦ବର୍ଷ ଜେଲ ସହ ୪୭ ହଜାର ଟଙ୍କା ଜୋରିମାନା । ଜରିମାନା ଅନାଦେୟ ହେଲେ ଆହୁରି ୬ମାସ ଜେଲ ଦଣ୍ଡାଦେଶ । ସବୁଠାରୁ ବଡ କଥା ହେଉଛି ୧୧ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଅନୁକମ୍ପା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।