ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ: ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ

80

କନକ ବ୍ୟୁରୋ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଛି । ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ । ତଦନ୍ତକାରୀ ସଂସ୍ଥା ପୂର୍ବରୁ ସୁପ୍ରିମକୋର୍ଟରେ କହିଥିଲା ଯେ, କେଜରିୱାଲ ଆମ ଆଦମୀ ପାର୍ଟି ଲାଂଚ ନେଇଥିଲା । ଏହି ମାମଲାରେ ଇଡି ପୂର୍ବରୁ ଆପ ନେତା ମନିଷ ସିସୋଦିଆ, ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ।