ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ ସରକାର, ଆସିବ ନୂଆ ବିଲ: ଜାତୀୟ ସୁରକ୍ଷା ପାଇଁ ସର୍ଭିସ ଓ ନେଟୱର୍କକୁ ପରିଚାଳନା କିମ୍ବା ନିଲମ୍ବିତ କରିପାରିବେ ସରକାର

166

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ସରକାର ଚାହିଁଲେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କୁ ଅସ୍ଥାୟୀଭାବେ ନିଜ ନିୟନ୍ତ୍ରଣରେ ରଖିପାରିବେ । ଜରୁରୀ ପରିସ୍ଥିତିରେ ନେଟୱର୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ନୂଆ ଟେଲିକମ ବିଲରେ ଏହି ବ୍ୟବସ୍ଥା ରଖାଯାଇଛି ।ସୋମବାର ଲୋକସଭାରେ ଆଗତ ହୋଇଛି ଟେଲିକମ୍ୟୁନିକେସନ ବିଲ ୨୦୨୩ । ମୁଖ୍ୟତଭାବେ ବିପର୍ଯ୍ୟୟ ପରିଚାଳନା ଓ ସୁରକ୍ଷା ଦୃଷ୍ଟି ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ତୁପକ୍ଷ ମୋବାଇଲ ସେବାର ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ । ଲାଗୁ ହୋଇଥିବା ଇଣ୍ଡିଆନ ଟେଲିଗ୍ରାଫ ଆଇନକୁ ବଦଳାଇବା ପାଇଁ ନୂଆ ବିଲ ଆଣିବାକୁ ଯାଉଛନ୍ତି ସରକାର । ସରକାର କହିଛନ୍ତି ଆଇନ ଗୁଡିକ ବେଶ ପୁରୁଣା । ବର୍ତମାନ ଜ୍ଞାନ କୌଶଳବିକାଶ ହୋଇଛି । ତେଣୁ ନୂଆ ଆଇନର ଆବଶ୍ୟକତା ରହିଛି ।