ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନି ସୁଷମ ଖାଦ୍ୟ: ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ୫ କି.ମି ରାସ୍ତା ଚାଲିଲେ ପିଲା

74

କନକ ବ୍ୟୁରୋ: ବିଦ୍ୟାଳୟରେ ଲାଗି ରହିଛି ଅବ୍ୟବସ୍ଥା । ଏକଲବ୍ୟ ସ୍କୁଲରେ ସଠିକ୍ ଢଙ୍ଗରେ ଖାଇବାକୁ ମିଳୁନାହିଁ । ଖାଦ୍ୟ ତ  ମିଳୁନି, ଶିକ୍ଷକଙ୍କ ଅଭାବ ଯୋଗୁଁ ପାଠପଢାରେ ମଧ୍ୟ ବହୁ ଅସୁବିଧା ହେଉଛି । ହେଲେ କେହି ଏଥିପ୍ରତି ନଜର ଦେଉନାହାନ୍ତି । ତେଣୁ ବିଦ୍ୟାଳୟ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କୁ ଭେଟି ନିଜ ଅଭିଯୋଗ ଜଣାଇବା ପାଇଁ ପିଲା କରିଛନ୍ତି ପଦଯାତ୍ରା । ଖରା-ବର୍ଷାରେ ଛତା ଧରି ୫ କିଲୋମିଟର ରାସ୍ତା ଚାଲିଛନ୍ତି ଛାତ୍ରଛାତ୍ରୀ । ଏମାନେ ହେଉଛନ୍ତି, ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁରେ ଥିବା ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ।  ବିଦ୍ୟାଳୟରେ ପାଠ ପଢା ଛାଡି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି । ଆଉ ନିଜ ବିଦ୍ୟାଳୟରେ ଥିବା ସମସ୍ୟାକୁ ଜିଲ୍ଲା ପ୍ରଶାସନ ପାଖରେ ରଖିବାକୁ ଚାହୁଁଛନ୍ତି । ବିଦ୍ୟାଳୟରେ ସୁଷମ ଖାଦ୍ୟ ଦେବା ସହ ପାଠପଢା ପାଇଁ ଶିକ୍ଷକ ଯୋଗାଇ ଦେବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।