କଣ ଚାଲିଥିଲା ବାଲେଶ୍ୱର ସୋର ଉପକାରାଗାରରେ: ଜେଲର ଭିତିରି କଥା କହିଲେ, ଜେଲରୁ ମୁକ୍ତ କଏଦୀ

179

କନକ ବ୍ୟୁରୋ: କାହିଁକି ଏତେ ବିବାଦୀୟ ବାଲେଶ୍ୱରର ସୋର ଉପକାରାଗାର । କଣ ଚାଲିଥିଲା ଏହି ଉପକାରାଗାରରେ । କାହିଁକି ଏହି ଜେଲ କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆସିଛି । କାହିଁକି ଜେଲରଙ୍କୁ ନିଲମ୍ବିତ କରାଯାଇଛି । ପୂର୍ବତନ ମହିଳା ଜେଲର ପ୍ରିୟମ୍ବଦା ପଣ୍ଡାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଜେଲ ଭିତରର ଭିତିରି କଥା ଏବେ ପଦାକୁ ଆସିଛି । ଜେଲରୁ ମୁକୁଳିଥିବା ଜଣେ ବ୍ୟକ୍ତି ସୋର ଜେଲ ଭିତରର ସବୁ କଥା କନକ ନ୍ୟୁଜ କ୍ୟାମେରାରେ ପ୍ରକାଶ କରିଛନ୍ତି । ପୂର୍ବତନ ଜେଲର ମ୍ୟାଡମ କେମିତି ଅନ୍ତେବାସୀଙ୍କୁ କାମରେ ଲଗାଉଥିଲେ, ନିଜ ଘର କାମ କରାଇବା ସହ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ । ସେ ସବୁ କଥା କହିଛନ୍ତି ସୋର ଜେଲରୁ ମୁକ୍ତି ପାଇଥିବା ସୋର ମୁଳିସଂ ଗାଁର ରାମଚନ୍ଦ୍ର ମହାଳିକ ।