ଲକ୍ଷୀମପୁର ଖେରୀ ମାମଲା: ଆଶିଷ ମିଶ୍ରାଙ୍କ ଆବେଦନ ଉପରେ ଯୋଗୀ ସରକାରଙ୍କୁ ନୋଟିସ, ସୁପ୍ରିମକୋର୍ଟ ଦେଲେ ୨୦ ଦିନ ସମୟ ।

64

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଆବେଦନ ଉପରେ ୟୁପି ସରକାରକୁ ନୋଟିସ । ଯୋଗୀ ସରକାରଙ୍କୁ  ୨୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ କରାଯାଇଛି । ସେପ୍ଟେମ୍ବର ୨୬ ସୁଦ୍ଧା ଯୋଗୀ ପ୍ରଶାସନ ଏନେଇ ଉତ୍ତର ରଖିବ । ତେବେ ଗତ ମାସରେ ଆଶିଷ ସୁପ୍ରିମକୋର୍ଟରେ ନିଜର ଜାମିନ ପାଇଁ ଆବେଦନପତ୍ର ଦାଖଲ କରିଥିଲେ ।

ଜଷ୍ଟିସ ଇନ୍ଦିର ବାନାର୍ଜୀଙ୍କ ଖଣ୍ଡପୀଠ ଆଗରେ ଆଶିଷ ମିଶ୍ରାଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ତାଙ୍କ ମହକିଲଙ୍କ କୌଣସି ପକ୍ଷ ଶୁଣାଯାଇନଥିଲା । କିଛି ସ୍ଥାନରେ ଗୁଳିମାଡ ହୋଇଥିଲା, ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା ଯେଉଁ ଘଟଣାରେ ତାଙ୍କୁ ମୁଖ୍ୟଅଭିଯୁକ୍ତ କରାଯାଇ ତାଙ୍କ ପକ୍ଷ ରଖିବାକୁ ମଧ୍ୟ ଦିଆଯାଇନଥିଲା । ତେବେ ଏ ଦଲିଲ ଶୁଣିବା ପରେ ରାଜ୍ୟ ସରକାରଙ୍କ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଆହ୍ଲାବାଦ ହୋଇକୋର୍ଟର ଫଇସଲାକୁ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଗତବର୍ଷ ଲକ୍ଷୀମପୁର ଖେରୀରେ କୃଷକ ଆନ୍ଦୋଳନ ବେଳେ ହିଂସା ହୋଇଥିଲା । ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ବିଜେପି ନେତାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ହୋଇଥିଲେ  ।