ଗତିରାଉତ ପାଟଣା ଆବାସିକ ବିଦ୍ୟାଳୟରେ ପଶିଲା ପାଣି: ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

124

କନକ ବ୍ୟୁରୋ: କଟକ ଗତିରାଉତ ପାଟଣାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ଆବାସିକ ବିଦ୍ୟାଳୟରେ ପଶିଲା ମହାନଦୀ ପାଣି । ଫଳରେ ହଷ୍ଟେଲରେ ଫଶି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଉଦ୍ଧାର କାର୍ଯ୍ୟରେ ୫ଟି ଅଗ୍ନିଶମ ବିଭାଗର ଟିମ ସାମିଲ ହୋଇଛନ୍ତି । ବିଦ୍ୟାଳୟରେ ସମୁଦାୟ ୬୮୦ ଛାତ୍ରଛାତ୍ରୀ ଥିବାବେଳେ ୧୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଶାଇ ସମୁଦାୟ ୭୮୦ ସଦସ୍ୟ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।

ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ମହାନଦୀବିହାର ଶିଶୁ ମନ୍ଦିର, ନୂଆବଜାର ଶିଶୁ ମନ୍ଦିରରେ ଥଇଥାନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଯେଉଁ ପିଲାଙ୍କ ପରିବାର ଆସୁଛନ୍ତି ନେବା ପାଇଁ ସେ ପିଲାଙ୍କୁ ଛାଡି ଦିଆଯାଉଛି। ଘଟଣା ସ୍ଥଳରେ କଟକ ସଦର ତହସିଲଦାର ସମ୍ବିତ ଗଡନାୟକ ପହଞ୍ଚି କିଭଳି ଭାବରେ ଉଦ୍ଧାର କାର୍ୟ୍ୟ ଆହୁରି ଜୋରଦାର ହେବ ସେନେଇ ଆଲୋଚନା କରିଛନ୍ତି।