ଗୋଷ୍ଠୀ ସଙ୍ଘର୍ଷରେ ପୁଣି କର୍ଣ୍ଣାଟକରେ ଅଶାନ୍ତ ମାହୋଲ। ସାବରକର ଓ ଟିପୁ ସୁଲତାନ ପୋଷ୍ଟର ବିବାଦକୁ ନେଇ ଶିବମୋଗାରେ ଉତ୍ତେଜନା।

83

କନକ ବ୍ୟୁରୋ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଅଶାନ୍ତ ମାହୋଲ । ସାବରକର ଓ ଟିପୁ ସୁଲତାନ ପୋଷ୍ଟରକୁ ନେଇ ପୁଣି ଘଟିଛି ଛୁରାମାଡ ଘଟଣା । ଘଟଣାରେ ଏବେ ସୁଦ୍ଧା ୪ଜଣଙ୍କୁ ଗିରଫ କରିଛି ପୁଲିସା ସୋମବାର ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଡଧରଣର ସଙ୍ଘର୍ଷ ଦେଖାଦେଇଛି ।

ଘଟଣା ପରେ ଶିବମୋଗା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଅଗଷ୍ଟ ୧୫ ତାରିଖରେ ଶିବମୋଗାରେ ଏକ ଗୋଷ୍ଠୀ ସାବରକରଙ୍କ ପୋଷ୍ଟରକୁ ଏକ ବିଦ୍ୟୁତ ଖୁଣ୍ଟରେ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ଓ ପରେ ସଙ୍ଘର୍ଷର ରୂପ ନେଇଥିଲା ।