ଆଜିଠୁ ନବୀନଙ୍କ ପଞ୍ଚମ ପାଳିର ୫ମ ବର୍ଷ ଆରମ୍ଭ : ରାଜ୍ୟ କ୍ୟାବିିନେଟ ବୈଠକ ଆରମ୍ଭ ; ‘ମୋ ଘର’ ଯୋଜନାକୁ ମିଳିପାରେ ଅନୁମୋଦନ

200

କନକ ବ୍ୟୁରୋ : ଆଜି ବିଜେଡି ସରକାରର ୫ମ ପାଳିର ଚତୁର୍ଥ ବର୍ଷ ପୁରା ହୋଇଛି । ଆଉ ଗୋଟିଏ ବର୍ଷ ବିଜେଡି ହାତରେ ଅଛି । ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବାକୁ ଯୋଜନା କରିଛି । ଏଥିପାଇଁ ଆଜି ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ମିଳିପାରେ ସ୍ୱୀକୃତି ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରକୁ ନେଇ ବିଜେଡି-ବିଜେପି ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିବାରୁ ଅନେକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସେଭଳି ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି ।

ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି । ଆଉ କିଛି ବଡ଼ ନିଷ୍ପତ୍ତି କ୍ୟାବିନେଟରେ ନିଆଯାଇପାରେ ବୋଲି କୁହଯାଉଛି । ବିଶେଷ କରି ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ମିସନ ଶକ୍ତି, ଆଇଟି, ଉଚ୍ଚଶିକ୍ଷା, ପୂର୍ତି. ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି ।