ଆଇପିଏଲ : ଆଜି ଯଦି ବର୍ଷା ହୁଏ ? ସାମାନ୍ୟ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

1,848

କନକ ବ୍ୟୁରୋ : ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ ।

ଆଜି ମ୍ୟାଚ ହେବାକୁ ଥିବା ଗୁଜରାଟର ଅହମ୍ମଦାବାଦର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ହୁଏ, ଆଉ ଖେଳ ହୋଇନପାରେ ତେବେ ଚେନ୍ନାଇର ପଞ୍ଚମ ଥର ପାଇଁ ଆଇପିଏଲ ଫାଇନାଲ ଜିତିବାର ଆଶା ଧୁଳିସାତ୍ ହୋଇଯାଇପାରେ । ଗତକାଲି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ହେବାର ଥିଲା । କିନ୍ତୁ ଲଗାତାର ସନ୍ଧ୍ୟା ୬ଟାରୁ ୮ଟା ୨ ଘଣ୍ଟା ବର୍ଷା ହୋଇଥିଲା ।

୪୧ ମିଲିମିଟର ବର୍ଷା ହେବା ପରେ ମ୍ୟାଚ ଖେଳିବା ସମ୍ଭବପର ହୋଇନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ବାତିଲ କରାଯାଇଛି । ଆଜି ରିଜର୍ଭ ଦିନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯଦି ବର୍ଷା ହୁଏ ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ । ଆଉ ଯଦି ଖେଳିବା ଆଦୌ ସମ୍ଭବପର ନହୁଏ, ତେବେ ପଏଂଟ ଆଧାରରେ ଗୁଜରାଟକୁ ବିଜେତା ଘୋଷିତ କରାଯିବ । ଏନେଇ ଦୁଇ ଦଳର କୋଚଙ୍କ ସହ ଅମ୍ପୟାରମାନେ କଥା ହୋଇଥିବା ସୂଚନା ମଳିଛି ।

ଆଜି ଯଦି ବର୍ଷା ହୁଏ ?

ଅହମ୍ମଦାବାଦରେ ସାମାନ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି
ଯଦି ବର୍ଷା ପଏଂଟ ଆଧାରରେ ଗୁଜରାଟ ଟାଇଟନ୍ସଙ୍କୁ ବିଜେତା ଘୋଷିତ କରାଯିବ
ଗତକାଲି ସନ୍ଧ୍ୟାରେ ଅହମ୍ମଦାବାଦରେ ଦୁଇ ଘଣ୍ଟାରେ ୪୧ ମିଲିମିଟର ବର୍ଷା ହୋଇଥିଲା
ଆଜି ବର୍ଷା ହୁଏ, ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ
ଗୁଜରାଟ ଚେନ୍ନାଇଠୁ ବୋଲିଂରେ ଭଲ ପଦର୍ଶନ ଜାରି ରଖିଛି
ଚଳିତ ଆଇପିଏଲରେ ଉଭୟ ଟିମ୍ ଦୁଇ ଥର ମୁହାଁମୁହାଁ ହୋଇଥିବା ବେଳେ ଗୋଟିଏ ଲେଖାଏଁ ଜିତିଛନ୍ତି
ଗୁଜରାଟ ପାଖରେ ଚଳିତ ଆଇପିଏଲରେ ତିନି ଜଣ ଶ୍ରେଷ୍ଠ ବୋଲର ଅଛନ୍ତି
ଚଳିତ ଆଇପିଲରେ ଋସିଦ୍ ଖାନ, ମହମ୍ମଦ ସାମି, ମୋହିତ ଶର୍ମା ସବୁଠୁ ଅଧିକ ୱିକେଟ ନେଇଛନ୍ତି
କିନ୍ତୁ ବ୍ୟାଟିଂ କ୍ଷେତ୍ରରେ ଚେନ୍ନାଇ ଗୁଜରାଟଠୁ ଆଗରେ ରହିପାରେ
ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଇକ୍ୱାୟଡ୍, ଡେଭନ କନୱେ ଫର୍ମରେ ଅଛନ୍ତି
ଶେଷ ଆଡକୁ ଧୋନୀ, ଜାଦେଜାଙ୍କ ଭଳି ଅନୁଭବି ଖେଳାଳୀ ଚେନ୍ନାଇରେ ଅଛନ୍ତି
କିନ୍ତୁ ଶୁଭମନ ଗିଲଙ୍କ ଉପରେ ସମସ୍ତଙକର ନଜର ରହିଛି
ଶୁଭମନ ଚଳିତ ଆଇପିଏଲରେ ସର୍ବାଧିକ ରନ କରିଛନ୍ତି, ଯେଉଁଥିରେ ୩ ଟି ଶତକ ରହିଛି
ତେଣୁ ସୁଭମନ ଗିଲ ଯଦି ସେଭଳି ଏକ ବିସ୍ଫୋକ ପାଳି ଖେଳନ୍ତି ଚେନ୍ନାଇ ପାଇଁ ସମସ୍ୟା ହୋଇପାରେ