ଗୋଟିଏ ଟ୍ୱିଟରେ କରୁଛନ୍ତି ଟେନସନ୍ ଦୂର ।  ପ୍ରଶାସନ ପାଖରେ ମୋବାଇଲରୁ ପହଞ୍ଚାଉଛନ୍ତି ଅସହାୟଙ୍କ ସମସ୍ୟା ।

246

କନକ ବ୍ୟୁରୋ: ସୋସିଆଲ ମିଡ଼ିଆ ଅନେକ ଯୁବପୀଢ଼ିଙ୍କୁ ଅବାଟକୁ ନେଇଯାଉଥିବାର ଖବର ତ ପ୍ରତିଦିନ ଆପଣ ଦେଖୁଥିବେ । ହେଲେ ଦ ଟ୍ୱିଟର ମ୍ୟାନ୍ ମୁକେଶ ଦଳାଇଙ୍କ କାହାଣୀ ଜାଣିଲେ, ଆପଣ ବି ତାଙ୍କ ପ୍ରଶଂସା ନକରି ରହିପାରିବେନି ।

ବାଲେଶ୍ୱର ଭୋଗରାଇ ବ୍ଲକର +୩ ଛାତ୍ର ମୁକେଶ ଦଳାଇ । ଗୋଟିଏ ଟ୍ୱିଟ୍ କରି ସିଧା ପ୍ରଶାସନ ପାଖରେ ଅସହାୟଙ୍କ ଖବର ଦୃଷ୍ଟି ଆକର୍ଷଣ କରୁଛନ୍ତି । ପ୍ରତିଦିନ କେହି ନା କେହି ଅସହାୟ ବ୍ୟକ୍ତି ମୁକେଶଙ୍କ ପାଖକୁ ଆସନ୍ତି, ସମସ୍ୟା ଜଣାନ୍ତି । ଆଉ ମୁକେଶ ପ୍ରଶାସନ-ଜନତାଙ୍କ ମଧ୍ୟରେ ମାଧ୍ୟମ ସାଜି ସମସ୍ୟା ଦୂର କରିବାକୁ ଟ୍ୱିଟ୍ କରନ୍ତି ।

ସବୁଠାରୁ ବଡ଼କଥା ହେଲା. ମୁକେଶ ଆଜି ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ଆଉ ଏଥି ମଧ୍ୟରୁ ସେ ପାଖାପାଖି ୧୫୦୦ରୁ ଅଧିକ ସମସ୍ୟାର ସମାଧାନ କରିସାରିଲେଣି । ସେଥିପାଇଁ ମୁକେଶଙ୍କୁ ଅନେକ ଜଣାଶୁଣା ସଂସ୍ଥା ତାଙ୍କୁ ସମ୍ମାନିତ କରୁଛନ୍ତି । ଯାହାକୁ ପରିବାର ଆଉ ପୂରା ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।